ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବରୁ ଲୋକେ ଘରଠାରୁ ଦୂରରେ ରହୁଥିବା ସମ୍ପର୍କୀୟଙ୍କ ସହିତ କଥା ହେବାପାଇଁ ଟେଲିଫୋନ ବୁଥ୍ ଯାଉଥିଲେ। କିନ୍ତୁ ଏବେ ସମୟ ବଦଳିଯାଇଛି। ଧିରେଧିରେ ଟେଲିଫୋନ୍ ବୁଥ୍ ଏବେ ବନ୍ଦ ହୋଇଗଲାଣି। କିନ୍ତୁ ଗୋଟିଏ ସଂସ୍ଥା ଟେଲିଫୋନ ବୁଥକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛି। ସେଥିପାଇଁ ଏହି ଟେଲିଫୋନ ବୁଥକୁ ଦେଖିବା ପ୍ରତିଦିନ ଲମ୍ବା ଲାଇନ ଲାଗୁଛି।
ବ୍ରିଟେନରେ ଏକ ଟେଲିଫୋନ୍ ବୁଥକୁ ମ୍ୟୁଜିୟମରେ ପରିବର୍ତ୍ତନ କରାଯାଇଛି। ବ୍ୟବହୃତ ହେଉନଥିବା ୪୩ ଟେଲିଫୋନ ବୁଥକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା ବ୍ରିଟିଶ ଟେଲି କମ୍ୟୁନିକେଶନ। କିନ୍ତୁ ବରେଲ କମ୍ୟୁନିଟି ଆସୋସିଏସନ ନାମକ ସଂସ୍ଥା ଏହାକୁ ବଞ୍ଚାଇ ରଖିବା ପାଇଁ ନିଷ୍ପତ୍ତି ନେଇଥିଲା। ୨୦୦୮ ମସିହାରୁ ଏହି ସଂସ୍ଥା ବିଭିନ୍ନ ପ୍ରକାରରେ ଅର୍ଥ ଯୋଗାଡ଼ କରି ପୁରୁଣା ସାମଗ୍ରୀକୁ ସାଇତି ରଖି ଆସୁଅଛି।

ଇଂଲଣ୍ଡର ୟର୍କସାୟର ପଶ୍ଚିମ ଭାଗରେ ଏହି ପୁରୁଣା ଟେଲିଫୋନ୍ ବୁଥର ମ୍ୟୁଜିୟମ ରହଛି। ବରେଲି କମ୍ୟୁନିଟି ଆସୋସିଏସନ ଦ୍ୱାରା ବିଶ୍ୱର ସବୁଠୁ ଛୋଟ ମ୍ୟୁଜିୟମ ସ୍ଥାପନ କରାଯାଇଛି। ଏହା ମାତ୍ର ୩୬ ବର୍ଗଫୁଟରେ ଅବସ୍ଥିତ। ଏତେ ଛୋଟ ସ୍ଥାନରେ ମ୍ୟୁଜିୟମ ହୋଇଥିଲେ ମଧ୍ୟ ବହୁ ସାରା ଐତିହାସିକ ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଏଥିରେ ପୁରୁଣା ଫଟୋ ଏବଂ ଆଣ୍ଟିକ ଜୁଏଲାରୀ ସାମଗ୍ରୀ ରହିଛି।

ଏହି ସଂଗ୍ରହାଳୟର ନାମ ‘ଦ ମେପୋଲ’ ରଖାଯାଇଛି। ଟେଲିଫୋନ ବୁଥ ମ୍ୟୁଜିୟମକୁ ଦେଖିବା ପାଇଁ ପ୍ରତିଦିନ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ସବୁଠୁ ମୁଖ୍ୟ କଥା ହେଉଛି ତିନି ମାସ ଭିତରେ ଟେଲିଫୋନ ବୁଥ ମ୍ୟୁଜିୟମରେ ଥିବା ସାମଗ୍ରୀକୁ ବଦଳାଇ ଦିଆଯାଇଥାଏ।


















