ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଆସନ୍ତା ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଏବେ ନିର୍ବାଚନୀ ପ୍ରଚାରରେ ମାତିଛନ୍ତି। ବିଶ୍ୱରେ ଏଭଳି ବହୁ ଦେଶ ଅଛି ଯେଉଁଠି ଅଜବ ଧରଣର ଭୋଟିଂ ହୋଇଥାଏ।
ମାର୍ବଲ ପକାଇ ହୋଇଥାଏ ଭୋଟିଂ
ଆଫ୍ରିକା ଦେଶର ଗାମ୍ବିୟୋରେ ଅଜବ ପ୍ରକାରର ଭୋଟଗ୍ରହଣ ହୋଇଥାଏ। ବାଲାଟ ପେପର ବଦଳରେ ମତଦାତା ମାର୍ବଲ ବ୍ୟବହାର କରିଥାନ୍ତି। ଭୋଟ ପାଇଁ ଭୋଟର୍ସଙ୍କୁ ମାର୍ବଲ ଖଣ୍ଡ ଦିଆଯାଇଥାଏ। ଏହାପରେ ପସନ୍ଦ ପ୍ରାର୍ଥୀଙ୍କ ଅନୁଯାୟୀ ଡ୍ରମ ଭିତରେ ମାର୍ବଲ ଖଣ୍ଡ ପକାଇଥାନ୍ତି। ଡ୍ରମରେ ବି ପ୍ରାର୍ଥୀଙ୍କ ଫଟୋ ଲଗାଯାଇଥାଏ।
ଏଠି ଭୋଟ୍ ନଦେଲେ ଜରିମାନା
ବିଶ୍ୱର ପାଖାପାଖି ୨୨ଟି ଦେଶରେ ଭୋଟ୍ ନଦେଲେ ଜରିମାନା ନିୟମ ରହିଛି। ଅଷ୍ଟ୍ରେଲିଆରେ କୌଣସି ବ୍ୟକ୍ତି ଭୋଟ୍ ନଦେଲେ ୨୦ ଡଲାର ଫାଇନ ଦେବାକୁ ପଡ଼ିଥାଏ।
ଭୋଟିଂ ପାଇଁ ସ୍ଥିର ହୋଇଥାଏ ଦିନ
କିଛି ଦେଶରେ ଭୋଟଗ୍ରହଣ ପାଇଁ ଦିନ ସ୍ଥିର ହୋଇଥାଏ। ଆମେରିକାରେ ମଙ୍ଗଳବାର ଦିନ ହିଁ ଭୋଟଗ୍ରହଣ ହୋଇଥାଏ। ସେହିପରି କାନାଡାରେ ସୋମବାର ଏବଂ ବ୍ରିଟେନରେ ଗୁରବାର ଦିନ ଭୋଟଗ୍ରହଣ ହୋଇଥାଏ। ଭାରତରେ ଭୋଟିଂ ପାଇଁ ସପ୍ତାହର କୌଣସି ନିର୍ଦ୍ଦଷ୍ଟ ଦିନ ସ୍ଥିର ହୋଇ ନଥାଏ।
୧୬ ବର୍ଷ ବୟସରେ ଦେଇପାରିବେ ଭୋଟ୍
ଭାରତରେ ମତଦାନ ପାଇଁ ଭୋଟରମାନଙ୍କ ବୟସ ୧୮ ବର୍ଷ ନିର୍ଦ୍ଧାରଣ କରାଯାଇଛି। ବିଶ୍ୱରେ ଏଭଳି କିଛି ଦେଶ ଅଛି ଯେଉଁଠି ଭୋଟରଙ୍କ ବୟସ ୧୬ ବର୍ଷ ସ୍ଥିର କରାଯାଇଛି। ଏହି ଦେଶଗୁଡ଼ିକ ହେଲା ଅଷ୍ଟ୍ରିଆ, ନିକାରାଗୁଆ ଏବଂ ଆର୍ଜେଣ୍ଟିନା। ସେହିପରି ଇଣ୍ଡୋନେସିଆ ଏବଂ ସୁଦାନରେ ଭୋଟରଙ୍କ ବୟସ ୧୭ ବର୍ଷ ସ୍ଥିର କରାଯାଇଛି।
ରୁଷରେ ଲଗାତାର ଦୁଇଥର ହୋଇପାରିବେନି ରାଷ୍ଟ୍ରପତି
ରୁଷରେ ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ବର୍ଷ ଥିଲା। କିନ୍ତୁ ୨୦୧୨ରେ ନିୟମରେ ପରିବର୍ତ୍ତନ କରାଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୬ ବର୍ଷ କରାଯାଇଛି।
୨୧ରୁ ୧୮ – ଭୋଟରଙ୍କ ବୟସ
୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। ରାଜୀବ ଗାନ୍ଧି ତାଙ୍କ କାର୍ଯ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ୧୮ ବର୍ଷ ବୟସର ଯୁବକଙ୍କୁ ଭୋଟ୍ ଦେବାର ଅଧିକାର। ୧୯୮୮ ମସିହା ଡିସେମ୍ବର ୨୦ରେ ମତଦାତାଙ୍କ ବୟସ ୨୧ରୁ ହ୍ରାସ ପାଇ ୧୮ ବର୍ଷ କରିଥିଲେ। ସଂସଦରେ ଏହି ଆଇନକୁ ମଞ୍ଜୁରି ବି ମିଳିଥିଲା।

















