ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସୋମବାର ଏହାକୁ ଖଣ୍ଡନ କରିଛନ୍ତି ସଞ୍ଜୟ ଦତ୍ତ। ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ସଞ୍ଜୟ ଦତ୍ତ କାହିଁକି ନିର୍ବାଚନ ଲଢ଼ିବେନି, ତାହା ଆପଣ ଜାଣିଛନ୍ତି କି?

ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ସଞ୍ଜୟ ଦତ୍ତ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ସୋମବାର ସଞ୍ଜୟ ଦତ୍ତ ଟୁଇଟ୍‌ କରି କହିଛନ୍ତି, ଆସନ୍ତା ନିର୍ବାଚନରେ ଲଢ଼ିବା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି, ସେଥିରେ କୌଣସି ସତ୍ୟତା ନାହିଁ। ମୁଁ  ନିର୍ବାଚନ ଲଢ଼ିବିନି।”

ଗୋଟେ ପଟେ ନିର୍ବାଚନ ଲଢ଼ିବାକୁ ଖଣ୍ଡନ କରିଥିବା ବେଳ କରିଥିବା ବେଳ ନିଜ ଭଉଣୀ ପ୍ରିୟା ଦତ୍ତଙ୍କ ପାଇଁ ନିର୍ବାଚନରେ ସମର୍ଥନ କରିବେ ବୋଲି ସଞ୍ଜୁ ବାବା କହିଛନ୍ତି। ସେଥିପାଇଁ ଦେଶର ଜନସାଧାରଣଙ୍କୁ ଭୋଟ୍‌ ଦେବାକୁ ସଞ୍ଜୟ ଦତ୍ତ ନିବେଦନ କରିଛନ୍ତି।

ମନମୋହନ ସିଂଙ୍କ ସରକାର ସମୟରେ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ସଞ୍ଜୟ ଦତ୍ତଙ୍କ ବାପା ସୁନିଲ ଦତ୍ତ କ୍ରୀଡ଼ା ମନ୍ତ୍ରୀ ଥିଲେ। ଏହାପରେ ତାଙ୍କ ଝିଅ ଅର୍ଥାତ୍‌ ସଞ୍ଜୟଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ କଂଗ୍ରେସର ସାଂସଦ ଥିଲେ। ବର୍ତ୍ତମାନ ନିର୍ବାଚନ ଲଢ଼ିବା ନେଇ ମନା କରିଥିବା ବେଳେ ଭଉଣୀ ପ୍ରିୟା ଦତ୍ତଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ସଞ୍ଜୁ ବାବା।

Comment