ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଅଭିନେତା, ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା ଏବଂ ରାଜନେତା ଭାବେ ସୁନୀଲ ଦତ୍ତ ବେଶ୍‌ ନାଁ କରିଥିଲେ। ବଲିଉଡରେ ପ୍ରବେଶ କରିବା ପୂର୍ବରୁ ରେଡିଓ କାମ କରୁଥିବା ସୁନିଲ ଦତ୍ତ ବଡ଼ ପରଦାରେ ଉଭୟ ନାୟକ ଓ ଖଳନାୟକ ଭୂମିକା ନିଭାଇଥିଲେ। ବଲିଉଡର ଏହି ମହାନ କଳାକାର ୨୦୦୫ ଆଜିର ଦିନରେ ଦୁନିଆକୁ ଅଲବିଦା କହିଥିଲେ।

ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପୁଅ ସଞ୍ଜୟ ଦତ୍ତ ତାଙ୍କୁ ମନେ ପକାଇ ଏକ ଭିଡିଓ ସେୟାର କରିଛନ୍ତି। ବାପାଙ୍କ ସହିତ ପିଲାବେଳରୁ ବିତାଇ ଥିବା ସୁନ୍ଦର ସମୟର ଫଟୋକୁ ସେ ଏହି ଭିଡିଓ ଜାଗା ଦେଇଛନ୍ତି।  ଭିଡିଓ ପୋଷ୍ଟ କରିବା ସହିତ ବାପାଙ୍କ ଉଦ୍ଦେଶ୍ୟରେ ଅତି ସୁନ୍ଦର କ୍ୟାପସନ ଲେଖିଛନ୍ତି ଓ ବାପାଙ୍କ ଅନୁପସ୍ଥିତି ସୁବଦିନ ଅନୁଭବ କରୁଛନ୍ତି ବୋଲି ସଞ୍ଜୁ ବାବା କହିଛନ୍ତି।

ସୁନିଲ ଦତ୍ତ ଓ ସଞ୍ଜୟ ଦତ୍ତଙ୍କୁ ବଲିଉଡରେ ସବୁଠୁ ଲୋକପ୍ରିୟ ବାପ ପୁଅ ଯୋଡ଼ି ବୋଲି ମଧ୍ୟ କହନ୍ତି ଅନେକ। ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ୍‌ରେ ଉଭୟଙ୍କୁ ଗୋଟିଏ ସ୍କ୍ରିନରେ ଦେଖିବାକୁ ମିଳିଥିଲା।

Comment