ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟର ଥିଏଟର ଅନୁଷ୍ଠାନ ନନ୍ଦନିକ ପକ୍ଷରୁ କୋରାପୁଟଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କୋରାପୁଟ ସ୍ଥାନୀୟ ବିକାଶ ବିଦ୍ୟାଳୟ ସଭାଗୃହଠାରେ ବିଦ୍ୟାଳୟର ଗୋକୁଲ ଚନ୍ଦ୍ର ପ୍ରଧାନ ଓ କମଲେଶ ସାହୁ, ନନ୍ଦନିକ ଅନୁଷ୍ଠାନର ମନିଦୀପା ଗୁପ୍ତା ଓ ସୌମେନ୍ଦ୍ର ସ୍ୱାଇଁ ଯୋଗଦେଇ ନାଟ୍ୟଶାଳା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନାଟକ ଓ କବିତା ମଧ୍ୟରେ ରହିଥିବା ସମ୍ପର୍କ ଉପରେ ଆଲୋକପାତ କରାଯାଇଥିଲା।

ଏହି ଅବସରରେ ନନ୍ଦନିକର ନିର୍ଦ୍ଦେଶକ ସୌରଭ ଗୁପ୍ତା କହିଥିଲେ, “କୋରାପୁଟରେ ରଙ୍ଗମଞ୍ଚକୁ ବା ନାଟକକୁ ପ୍ରୋତ୍ସାହନ ଦେବା ଆମର ଲକ୍ଷ୍ୟ। ଛାତଛାତ୍ରୀମାନେ ଏନେଇ ଗୁରୁତ୍ୱ ଦେବା ଆବଶ୍ୟକ।”

କୋରାପୁଟର ବିଭିନ୍ନ ବିଦ୍ୟାଳୟର ୫୦ ଜଣ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରାତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗୀଙ୍କ ମଧ୍ୟରୁ ୯ ଜଣ ପୁରସ୍କୃତ କରାଯାଇଥିଲା।

Comment