ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ୪ଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କ ପାଇଁ ଦୁଇଦିନ ଛୁଟି ଘୋଷଣା କରିଛନ୍ତି। ଭୋଟ୍‌ ଦେବା ପାଇଁ ସରକାରୀ ଚାକିରିଆଙ୍କୁ ଦୁଇଦିନିଆ ସିଏଲ୍‌ ମିଳିବ।

ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ସମସ୍ତ ବିଭାଗକୁ ଜଣାଇଛନ୍ତି।

ରାଜ୍ୟରେ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଓ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ।

ଗତବର୍ଷ ଭଳି ଚଳିତ ବର୍ଷ ବି ସରକାରୀ ଚାକିରିଆଙ୍କୁ ଦୁଇଦିନ ଛୁଟି ଦେବାକୁ ନିଷ୍ପତ୍ତି ନିଆଯାଇଛି। ମତଦାନ ହେବା ଦିନ ଓ ଏହାର ପରଦିନ ଏହି ଛୁଟି ଦିଆଯିବ।

Comment