ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ହସ୍ପିଟାଲରେ ପ୍ରସବ ଦାୟିତ୍ୱରେ ଥିବା ସମସ୍ତ ନର୍ସ ଏକା ସାଙ୍ଗରେ ଗର୍ଭବତୀ ହୋଇଛନ୍ତି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଆମେରିକାର ପୋର୍ଟଲ୍ୟାଣ୍ଡ ସହରର ଏକ ହସ୍ପିଟାଲରେ। ହସ୍ପିଟାଲରେ ପ୍ରସବ ଦାୟିତ୍ୱରେ ଥିବା ସମସ୍ତ ୯ ଜଣ ନର୍ସ ଏକାସାଙ୍ଗରେ ଗର୍ଭବତୀ ହୋଇଛନ୍ତି।
ସେମାନଙ୍କ ଡେଲିଭରି ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ହେବାର ସମ୍ଭାବନା ରହିଛି। ମେଡିକାଲ ପକ୍ଷରୁ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହାକି ବେଶ ଭାଇରାଲ ହେବାରେ ଲାଗିଛି। ଏହାକୁ ହସ୍ପିଟାଲ ପକ୍ଷରୁ ବୋନାଞ୍ଜା ଅପ୍ ବେବିଜ୍ (ବେବି ସନ୍ତାନର ଉତ୍ସ) ନାମ ଦିଆଯାଇଛି। ଏହି ଫଟୋରେ ସମସ୍ତ ନର୍ସଙ୍କୁ ବେବି ବମ୍ପ୍ ସହ ହସ୍ପିଟାଲ ପୋଷାକରେ ଦେଖିବାକୁ ମିଳୁଛି।
ସମସ୍ତେ ବେକରେ ଏକ କାର୍ଡ ପକାଇଛନ୍ତି, ଯେଉଁଥିରେ ସେମାନଙ୍କର ଡେଲିଭରି ଡେଟ୍ ଲେଖାଯାଇଛି। ସମସ୍ତ ନର୍ସ ଏକସଙ୍ଗେ ଗର୍ଭବତୀ ହୋଇଥିବାରୁ ସେମାନଙ୍କ ଭିତରେ ସମ୍ପର୍କ ଆହୁରି ନିବିଡ଼ ହୋଇଛି । ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ନର୍ସ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ହସ୍ପିଟାଲ ପକ୍ଷରୁ ୯ ଜଣ ନର୍ସଙ୍କ ଏକାସାଙ୍ଗରେ ଗଭର୍ବତୀ ହୋଇଥିବା ୮ଟି ଫଟୋକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି।


















