ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ଜିଲ୍ଲାରେ ପୁଣି ଏକ ନାବଳିକା ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

କିଛି ଦିନ ହେଲା ରାଜ୍ୟରେ ଗୋଟିଏ ପରେ ଗାଟିଏ ନାବାଳିକା ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସୁଛି। ବୁଧବାର କନ୍ଧମାଳ ଜିଲ୍ଲାରେ ପୁଣି ଏକ ନାବାଳିକା ଗର୍ଭବତୀ ହୋଇଥିବା ଖବର ନଜର ଆସିଛି। ଘଟଣାଟି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଘଟିଛି। ନାବାଳିକା ଜଣକ ଗର୍ଭବତୀ ଥିବା ଜାଣି ତାଙ୍କ ପ୍ରେମିକ ତାଙ୍କ ଗର୍ଭପାତ କରାଇବାକୁ କିଛି ମେଡିସିନ ଦେଇଥିଲେ। ସେହି ମେଡିସିନ ଖାଇବା ପରେ ନାବାଳିକା ଗୁରୁତର ହୋଇପଡ଼ିଥିଲେ।

ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ସେ ଚିକିତ୍ସାଧିନ ଅଛନ୍ତି। ତେବେ ନାବାଳିକାଙ୍କ ପରିବାର ପକ୍ଷରୁ ପୋଲିସ୍‌ ନିକଟରେ ଏଯାଏଁ କୌଣିସ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଛି। କିଛି ଦିନ ତଳେ କନ୍ଧମାଳର ସେବାଶ୍ରମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଜନ୍ମିତ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଥିଲା।

Comment