ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୁଣି ଜନନୀ ଯନ୍ତ୍ରଣାର ଶିକାର ହେଲେ ଗର୍ଭବତୀ ମହିଳା। ରେଳ ଟ୍ରାକ ଥିବା ଯୋଗୁଁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ଵୁଲାନ୍ସ। ଯାହା ଫଳରେ ଗର୍ଭବତୀ ମହିଳାଙ୍କୁ ଚାଲିବାକୁ ପଡିଲା ୩ କିଲୋମିଟର। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକି ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଚାଞ୍ଚଡ଼ାଗୁଡ଼ା ପଞ୍ଚାୟତର କେରାଣ୍ଡିଗୁଡା ଗ୍ରାମରେ।

କେରାଣ୍ଡିଗୁଡା ଗ୍ରାମର ସୁରେନ୍ଦ୍ର ପ୍ରସ୍କାଙ୍କ ପତ୍ନୀ ମୋମି ପ୍ରସ୍କାକୁ ଗର୍ଭବତୀ ଥିଲେ। ବୁଧବାର ସକାଳୁ ତାଙ୍କୁ ଯନ୍ତ୍ରଣା ହେବାରୁ ୧୦୮ ଆମ୍ଵୁଲାନ୍ସ କୁ ଫୋନ କରାଯାଇଥିଲା। ହେଲେ ରେଳ ଟ୍ରାକ ଥିବାରୁ ଆମ୍ବୁଲାନ୍ସ ୩ କିଲୋମିଟର ପୁର୍ବରୁ ଅଟକି ଯାଇଥିଲା।

ପରେ ବାଧ୍ୟ ହୋଇ ଆଶା ଦିଦି ଗର୍ଭବତୀ ମହିଳାଙ୍କୁ ୩ କିଲୋମିଟର ଚଲାଇ ଚଲାଇ ଆଣିବା ପରେ ଆମ୍ଵୁଲାନ୍ସରେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ କେରାଣ୍ଡିଗୁଡା ପାଖରେ ଥିବା ରେଳ ଟ୍ରାକ ତଳେ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ପାଇଁ ଗ୍ରାମବାସୀ ୬ ମାସ ତଳେ ରେଳ ରୋକ ଆନ୍ଦୋଳନ ମଧ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ।

Comment