ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାର କାନପୁରର ଗୋବିନ୍ଦ ନଗରରେ ଘଟିଛି ଅଭାବନୀୟ ଘଟଣା।

ବିବାହ ପୂର୍ବରୁ ସ୍ତ୍ରୀଙ୍କର ଅନ୍ୟଜଣଙ୍କ ସହ ସମ୍ପର୍କ ଥିଲା। ବିବାହର ଦୁଇଦିନ ପରେ ଜଣାପଡ଼ିଲା ସ୍ତ୍ରୀ ଗର୍ଭବତୀ ଅଛନ୍ତି। କିନ୍ତୁ ଗର୍ଭପାତ କରିବେ ବୋଲି ସ୍ତ୍ରୀ କହିଥିଲେ। ଏହାପରେ ସ୍ତ୍ରୀଙ୍କୁ ବିଶ୍ୱାସ କରିଥିଲା ସ୍ୱାମୀ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯଦି ପ୍ରେମ ହୋଇନଥାନ୍ତା ତେବେ ସ୍ତ୍ରୀଙ୍କୁ ହତ୍ୟା କରିଥାନ୍ତି। ଏମିତି କିଛି ମାସ ପରେ ସ୍ତ୍ରୀଙ୍କ ପ୍ରସବ ହୋଇଥିଲା।

ତେବେ ଏହା ତାଙ୍କର ସନ୍ତାନ ହୋଇନଥିବାରୁ ଏହାକୁ ରଖିବାକୁ ଇଚ୍ଛା ହୋଇନଥିଲା। ତେଣୁ ଜନ୍ମର ୧୫ ମିନିଟ ପରେ ଏହାକୁ ନେଇ ଫିଙ୍ଗି ଦେଇଥିଲେ ସ୍ୱାମୀ।  ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା ପୋଲିସ। ସେ ନିଜେ ମଧ୍ୟ ଅପରାଧ ସମ୍ପର୍କରେ ପୋଲିସ ଆଗରେ ସ୍ୱୀକାର କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବିହାର କାନପୁରର ଗୋବିନ୍ଦ ନଗରରେ।

ଅଭିଯୁକ୍ତ ଜଣକ ବିହାରର କୁର୍ମୀଚକ ଭୋଗପୁରର ଯୁବତୀଙ୍କୁ ଗତ ଫେବୃୟାରୀରେ ବିବାହ କରିଥିଲେ। ବିବାହର ଦୁଇଦିନ ପରେ ସ୍ତ୍ରୀ ଗର୍ଭବତୀ ଥିବା ସେ ଜାଣିଥିଲେ। ସେହି ସମୟରେ ଯୁବତୀ ଜଣକ ମାସକର ଗର୍ଭବତୀ ଥିଲେ ଏହି ସମ୍ପର୍କରେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ମଧ୍ୟ ଖବର ଥିଲା। ତେବେ ସେ ଶିଶୁଙ୍କୁ ଜନ୍ମ ଦେବେ ନାହିଁ ବୋଲି କହିଥିଲେ। କିନ୍ତୁ ପରେ ଏପରି କରିନଥିଲେ। ସ୍ୱାମୀ-ସ୍ତ୍ରୀ ଏକାଠି ରହିବା ଯୋଗୁ ଉଭୟଙ୍କ ମଧ୍ୟ ପ୍ରେମ ବଢ଼ିବାରେ ଲାଗିଥିଲା। ଏହି ସମୟରେ ସେ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ ମାତ୍ର କରିପାରିନଥିଲେ।

ଏହି ସମ୍ପର୍କ ଯୋଗୁ ସେ ସବୁବେଳେ ଭିତରେ ଭିତରେ ଜଳୁଥିଲେ। ତେବେ ଶିଶୁ ଜନ୍ମ ହେବା ପରେ ତାକୁ ମାରିଦେବାକୁ ମନେ ମନେ ବିଚାର କରିଥିଲେ ଏବଂ ଏପରି ହିଁ କରିଥିଲେ ବୋଲି ଅଭିଯୁକ୍ତ କହିଛନ୍ତି। ତିନି ଦିନ ତଳେ ସ୍ତ୍ରୀଙ୍କ ପ୍ରସବ ହୋଇଥିଲା। ପ୍ରାୟ ୧୫ ମିନିଟ୍ ପରେ ସେ ନବଜାତକ ଶିଶୁକୁ ନେଇ ଦୌଡ଼ି ପଳାଇଥିଲା।

ଘର ନିକଟରେ ଥିବା ଏକ ପୋଖରୀରେ ତାକୁ ଫିଙ୍ଗି ଦେଇଥିଲା। ଏହାପରେ ସେ ସେଠାରୁ ସେଣ୍ଟ୍ରାଲ ଷ୍ଟେସନ ଦୌଡ଼ି ପଳାଇଥିଲା। ପ୍ଲାଟଫର୍ମରେ ଏକ ଟ୍ରେନରେ ବସି ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ପହଞ୍ଚିଯାଇଥିଲେ।

ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଯୁବକ ଜଣକ ଚାଞ୍ଚଲ୍ୟକର ବୟାନ ଦେଇ ଏହାର ଖୁଲାସା କରିଥିଲେ। ପରପୁରୁଷ ସହ ସମ୍ପର୍କକୁ କିଏ ସହିବ ବୋଲି ସେ ପ୍ରଶ୍ନ କରିଥିଲେ। ସେପଟେ ଶିଶୁଟିକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇସାରିଥିଲା।

Comment