ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲାଠି ମାଡ଼ ନୁହେଁ, ଲୋକଙ୍କୁ ହାତଯୋଡ଼ି ଘରୁ ନବାହାରିବାକୁ ଅନୁରୋଧ କରୁଛି ବିହାର ପୋଲିସ।

କରୋନା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌। ଏହି ନିୟମକୁ କଡ଼ାକଡ଼ି ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି ଅପିଲ୍‌। ହେଲେ କିଛି ସ୍ଥାନରେ ଲୋକେ ଏହି ନିୟମ ଉଲ୍ଲଂଘନ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ କିଛି ରାଜ୍ୟରେ କଠୋର ହେଉଛି। କେଉଁଠି ଉଲ୍ଲଂଘନକାରୀଙ୍କୁ ଉଠ୍‌ବସ୍‌ କରୁଛି ତ ଆଉ କେଉଁଠି ଗୋଡ଼େଇ ଗୋଡ଼େଇ ପିଟୁଛି। ହେଲେ ବିହାର ପୋଲିସ ଉଲ୍ଲଂଘନକାରୀଙ୍କ ପାଇଁ ନୂଆ ଫମୁର୍ଲା ଆପଣାଇଛି।

ଯେଉଁମାନେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ବାହାରକୁ ଆସୁଛନ୍ତି ସେମାନଙ୍କୁ ହାତଯୋଡ଼ି ବିହାର ପୋଲିସ ବୁଝାଉଛି। ଲକ୍‌ଡାଉନ୍‌ ବେଳେ ଘରେ ରହିବାକୁ ପରାମର୍ଶ ଦେଉଛି। ପାଟଣା କୋତବାଲି ଥାନା ସବ୍‌ଇନ୍ସପେକ୍ଟର ନବୀନ କୁମାର ଝା ଏହି ଫର୍ମୁଲାକୁ ଆପଣାଇଛନ୍ତି। କରୋନା ସଙ୍କଟଟର ମୁକାବିଲା କରିବା ପାଇଁ ଘରେ ରହିବା ନିହାତି ଜରୁରୀ ବୋଲି ସେ ଲୋକଙ୍କୁ ହାତଯୋଡ଼ି ବୁଝାଉଛନ୍ତି।

‘‘ନିୟମ ଭାଙ୍ଗୁଥିବା ଲୋକଙ୍କୁ ଲାଠି ମାଡ଼ କଲେ ସେମାନେ ସୁଧୁରିବେ ନାହିଁ। ଲୋକଙ୍କୁ ଯଦି ଆମେ ଭଲରେ ବୁଝାଇ ଘରକୁ ପଠାଇ ପାରିବା ତାହାଲେ ଏହା ଆମ ପରିଶ୍ରମ ସଫଳ ହେବ। ଏଣୁ ମୁଁ ଲାଠି ମାଡ଼ରେ ବିଶ୍ୱାସ ନକରି ଲୋକଙ୍କୁ ହାତଯୋଡ଼ି ବୁଝାଇ ଚାଲିଛି। ବିମାନ କାମରେ ଘରୁ ନବାହାରିବାକୁ ଅନୁରୋଧ କରୁଛି। ଲୋକମାନେ ବି ଶୁଣୁଛନ୍ତି‘‘, କହିଛନ୍ତି ନବୀନ କୁମାର ଝା।

କେବଳ ନବୀନ କୁମାର ଝା ନୁହନ୍ତି, ବିହାର ପୋଲିସର ଅନେକ ଅଧିକାରୀ ଏବଂ କର୍ମଚାରୀ ମଧ୍ୟ ଏହି ଫର୍ମୁଲାକୁ ଆପଣାଇଛନ୍ତି।

Comment