ଓଡ଼ିଶାଲାଇଭ୍ ବ୍ୟୁରୋsushant

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ବିହାର ପୋଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ।

‘‘ଘଟଣାର ୫୦ ଦିନ ପରେ ବି ସୁଶାନ୍ତଙ୍କ ମୃତ୍ୟୁର କାରଣ ଏବେବି ଖୋଜିପାରିନି ମୁମ୍ବାଇ ପୋଲିସ। ଏନେଇ ସାରା ଦେଶରେ ଆକ୍ରୋଶ ବଢ଼ିଛି। ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି। ମୃତ୍ୟୁ ପଛରେ ରହସ୍ୟ ଅଛି’’, କହିଛନ୍ତି ବିହାର ଡିଜିପି।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ମାମଲାରେ ସିବିଆଇ ତଦନ୍ତର ସୁପାରିଶ କରିଥିବା ସୂଚନା ମିଳିଛି। ବିହାର ପୋଲିସ ଏବେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜୋରଦାର ଆରମ୍ଭ କରିଛି।

Comment