ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଜ୍ୟର ସମସ୍ତ ବାରଆସୋସିଏସନରେ ଏକା ସଙ୍ଗେ  ନିର୍ବାଚନ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୱାନ ବାର ୱାନ ଭୋଟ ନୀତି ଲାଗୁ କରିବାରେ ଓଡ଼ିଶା ହେବ ଦେଶରେ ପ୍ରଥମ ରାଜ୍ୟ।

ଏହି ନିୟମ ଅନୁସାରେ ଜଣେ ଆଇନଜିବୀ ଏକାଧିକ ବାର୍‌ରେ ସଦସ୍ୟ ଥିଲେ ବି ଗୋଟିଏ ବାର୍‌ରେ ଭୋଟ ଦେଇପାରିବେ। ଏହି ନିୟମପରେ ସମସ୍ତ ଆଇନଜିବୀ ଉତ୍ସହିତ ଥିବା ସହ ଖୁସି ଅଛନ୍ତି।

ତେବେ ଯାହା ସୂଚନା ମିଳିଛି ହାଇକୋର୍ଟ ବାର ଆସୋସିଏସନରେ ସକାଳ ୮ଟାରୁ ଭୋଟଗ୍ରହଣ ଆରମ୍ଭ ହେବ। ଏହା ଦିନ ୨ଟା ପର୍ଯ୍ୟନ୍ତ ଚାଲିବ। ସେହପରି ରାଜ୍ୟର ଆଉ କିଛି ବାର ଆସୋସିଏସନରେ ଭୋଟ ୮.୩୦ରୁ ଆରମ୍ଭ ହୋଇ ଦିନ ୨.୩୦ଯାଏଁ ଚାଲିବ। ପରବର୍ତ୍ତି ସମୟରେ ଭୋଟଗଣତି କରାଯିବ।

ଏହି ପ୍ରକାର ନିର୍ବାଚନ ରାଜ୍ୟରେ ପ୍ରଥମଥର ଅନୁଷ୍ଠିତ ହେବାକୁ ଯାଉଥିବାରୁ ଆଶା କରାଯାଉଛି ନିର୍ବାଚନ ଶୃଙ୍ଖଳିତ ଭାବେ ହେବ।

Comment