ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ନିଜର ନୂତନତାକୁ ଜାରି ରଖିବା ସହ ଓଡିଶାର ଗ୍ରାହକଙ୍କ ପାଇଁ ନୂଆ ପ୍ୟାକେଜିଙ୍ଗ ଜରିଆରେ କୁଲ୍ କପ୍‌ରେ  ମିଲ୍‌କ ମନ୍ତ୍ର ଲଞ୍ଚ୍‌ କରିଛି ଲୋକପ୍ରିୟ ଗ୍ରୀଷ୍ମକାଳୀନ ମିଲ୍‌କ ମୁ ଲସି ଏବଂ ଘୋଳଦହି। ଏହା ଗ୍ରାହକଙ୍କୁ କୁଲ୍ କପ୍‌ରେ ପିଇବାର ଅନୁଭୂତି ପ୍ରଦାନ କରିବ।

ଏହି କୁଲ୍ କପ୍ ଜନିତ ମିଲ୍‌କ ମୁ ଲସି ଏବଂ ଘୋଳଦହି ୨୦୦ ମି.ଲି. ପ୍ୟାକେଟ୍‌ରେ ଓଡିଶାର ୧୫୦୦ଟି ଦୋକାନରେ ମିଳିବ, ଯାହା ୧୨ ଦିନ ପର୍ଯ୍ୟନ୍ତ ସତେଜ ରହିବ। ବର୍ତମାନ ଏହାର ପ୍ରାରମ୍ଭିକ ମୂଲ୍ୟ ଯଥାକ୍ରମେ୧୫ ଟଙ୍କା ଓ ୧୨ ଟଙ୍କା ରଖାଯାଇଛି।

ପାରମ୍ପରିକ ଭାବେ ଗ୍ଳାସ୍‌ରେ ଲସି ଓ ଘୋଳଦହି  ପିଇବା ପଦ୍ଧତିକୁ  ଆଖିରେ ରଖି ମିଲ୍‌କି ମୁ ଲସି ଓ ଘୋଳଦହି କପ୍ ପ୍ରସ୍ତୁତ କରାଯାଇଛି । ନୂଆ ପ୍ୟାକେଜିଙ୍ଗର ମାଧ୍ୟମରେ ଗ୍ରାହକମାନେ କିପରି ସହଜରେ ଏହାକୁ ପିଇପାରିବେ ସେଥି ଉପରେ ଗୁରୁତ୍ୱ ଦିଆଯାଇଛି । ମିଲ୍‌କି ମୁ ଲସି ଓ ଘୋଳଦହି ପ୍ରିମିୟମ୍ କ୍ୱାଲିଟି ଦହିରୁ ନିର୍ମିତ ଯେଉଁଥିରେ କୌଣସି ପ୍ରିଜରଭେଟିଭ୍ ମିଶ୍ରିତ ହୋଇନାହିଁ।

“ଉତ୍ପାଦ ଏବଂ ଏହାର ପ୍ୟାକେଜିଙ୍ଗରେ ନୂତନତ୍ୱ ମିଲ୍‌କ ମନ୍ତ୍ରର ମୂଳ ଲକ୍ଷ୍ୟ ଏବଂ ଆମେ ଆଜି ଗ୍ରାହକଙ୍କ ନିମନ୍ତେ ଭିନ୍ନ ଏକ ଉତ୍ପାଦର ବଜାର ପ୍ରବେଶ କରାଇଛୁ ଯାହା ପାରମ୍ପରିକ ସ୍ୱାଦ ଦେବା ସହ ଉନ୍ନତ ପ୍ୟାକେଜିଙ୍ଗ ଆମର ଗ୍ରାହକମାନଙ୍କୁ ନିଶ୍ଚିନ୍ତ ଏକ ନିଆରା ଅନୁଭୂତି ପ୍ରଦାନ କରିବ ”, କହିଛନ୍ତି ମିଲ୍‌କ ମନ୍ତ୍ରର ଗୁଣବତା ଓ ଏନ୍.ପି.ଡି ମୁଖ୍ୟ ଦେବାଶିଷ ମହାନ୍ତି।

ତାଜା କ୍ଷୀର ବ୍ୟତୀତ ମିଲ୍‌କ ମନ୍ତ୍ର ପ୍ରିମିୟମ୍ ଦୁଗ୍ଧ ଉତ୍ପାଦ, ଫୋର୍ଟିଫାଏଡ୍ ଦୁଗ୍ଧ, ପ୍ରୋବାୟୋଟିକ ଦହି, ଅଧିକ ଦିନ ତାଜା ରହିପାରୁଥିବା ପନିର, ଫଳଯୁକ୍ତ ଦୁଗ୍ଧ ଉତ୍ପାଦ ଯଥା- ମିଲ୍‌କି ମୁ ଲିଚି ଲସି, ମିଲ୍‌କି ମୁ ଆମ୍ବ ଦହି ଏବଂ ମିଲ୍‌କି ମୁ ବ୍ରାଣ୍ଡ୍ର ବିଭିନ୍ନ ଉତ୍ପାଦ ତିଆରି କରିଥାଏ । ମିଲ୍କି୍ ମୁ ବ୍ରାଣ୍ଡ୍ ଓଡିଶା ତଥା କୋଲକାତା, ଝାରଖଣ୍ଡ ଏବଂ ଛତିଶଗଡ ବଜାରରେ ଉପଲବ୍ଧ ।

Comment