ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫର୍ଣ୍ଣିଚର ବଦଳାଇବା ସାଧାରଣତଃ ସମସ୍ତଙ୍କ ପାଇଁ ସବୁବେଳେ ସମ୍ଭବ ହୋଇନଥାଏ। ତେଣୁ ପୁରୁଣା ଫର୍ଣ୍ଣିଚର କିପରି ନୂଆ ଭଳି ଦିଶିବ ସେଥିପାଇଁ ତାର ଯତ୍ନ ନିଅନ୍ତୁ।

ଆପଣାନ୍ତୁ ଏମିତି କିଛି ଉପାୟ…

– ବେତ ସୋଫାସେଟ୍‌ର ତାର ଛିଡ଼ି ଯାଇଥିଲେ ତାକୁ ଫିଙ୍ଗି ନ ଦେଇ ପୁଣିଥରେ ବୁଣାଇ ନିଅନ୍ତୁ।

-ଟେବୁଲ୍, ଚୌକି ପୁରୁଣା ହୋଇଯାଇଥିଲେ ବାଲିକାଗଜ ସାହାଯ୍ୟରେ ଘଷି ଦିଅନ୍ତୁ। ମନମୁତାବକ ରଙ୍ଗ ଦେଇ ଆପଣ ନୂଆ ଲୁକ୍ ପାଇପାରିବେ।

– ସୋଫା ପୁରୁଣା ହୋଇଯାଇଥିଲେ ନୂଆ କଭର୍ ପକାଇ ନିଅନ୍ତୁ। ନ ହେଲେ କୁସନ୍ ବଦଳାଇ ନିଅନ୍ତୁ।

-ପୁରୁଣା ସୋ’ କେସ୍‌କୁ  ଫୋପାଡ଼ି ନ ଦେଇ ତାକୁ ପୁଣିଥରେ ରଙ୍ଗ କରି ଦିଅନ୍ତୁ। ଏହି ପ୍ରିଣ୍ଟେଡ୍ ସୋ’କେସ୍ ଆପଣଙ୍କ ଘରର ଲୁକ୍‌କୁ ପରିବର୍ତ୍ତନ କରିଦେବ।

-କିଛି ବର୍ଷ ବ୍ୟବହାର କରିବା ପରେ ସାଧାରଣତଃ ଆଲଣା, ଡ୍ରେସିଂଟେବଲ୍ ପୁରୁଣା ଲାଗିଥାଏ। ତେଣୁ ଏ ଦୁଇଟି ଜିନିଷର ଯଥାସମ୍ଭବ ଯତ୍ନ ନିଅନ୍ତୁ। ମଝିରେ ମଝିରେ ରଙ୍ଗ କରାଇ ନେଇପାରିବେ। ଅତି ଖରାପ ହୋଇଯାଇଥିଲେ ଆଲଣାରେ ରଙ୍ଗ ଦେଇ କାଚ ଲଗାଇ ଛୋଟ ପିଲାଙ୍କ ବୁକ୍ ସେଲ୍ଫ ଭାବେ ବ୍ୟବହାର କରିହେବ।

Comment