ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକଥର ପିଲାଙ୍କ ସାହସିକତା କଥା ଶୁଣିଥିବେ। ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯିବେ।

ଇଣ୍ଡୋନେସିଆରେ ୪ବର୍ଷ ଝିଅର ଖେଳନା ପାଲଟିଛନ୍ତି ସାପ, କୁମ୍ଭୀର ଓ ପକ୍ଷୀ। ବଡ଼ ବଡ଼ ଲୋକେ ଯାହାଙ୍କୁ ଦେଖିଲେ ଡରି ଯାଆନ୍ତି, ସେମାନଙ୍କ ସହ ଏହି ଝିଅ ଖେଳୁଛି।

ଭାଇରାଲ ହୋଇଥିବା ଭିଡିଓରେ ପାଇଥନକୁ ବାଥ୍‌ ଟବ୍‌ରେ ଝିଅଟି ଗାଧୋଇ ଦେଉଥିବା ଦେଖିବାକୁ ମିଳିଛି। ଝିଅଟି ପାଇଥନ୍‌କୁ ବ୍ରଶ କରାଇବା ସହ ଗାଧୋଇ ଦେଉଛି। ସେହିପରି କୁମ୍ଭୀରକୁ ମଧ୍ୟ ବ୍ରଶ କରାଇବା ସହ ଗାଧୋଇବା ପରେ ତାକୁ ପାଉଡର ଲଗାଇ ମେକ୍‌ଅପ୍‌ କରୁଥିବା ଦେଖିବାକୁ ମିଳିଛି। ଝିଅର ଏହି ସାହସିକତାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ଟୁଇଟରରେ ଏହି ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ୨୦ହଜାରୁ ଅଧିକ ରିଟୁଇଟ କରାଗଲାଣି।

Comment