ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶାର ୬ଟି ଲୋକସଭା ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ୪୨ଟି ବିଧାନସଭା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ, ଏପ୍ରିଲ ୧୦ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୨ତାରିଖ ପ୍ରାର୍ଥିପତ୍ର ପତ୍ୟାହାର କରାଯାଇପାରିବ।
ସାଧାରଣ ନିର୍ବାଚନ ଲାଗି ଏପ୍ରିଲ ୨୯ ତାରିଖ ଭୋଟଗ୍ରହଣ ହେବ। ଅନ୍ୟପଟେ ତିନି ପ୍ରମୁଖ ଦଳ ବିଜେପି , ବିଜେଡି ଓ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛନ୍ତି।


















