ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଏପ୍ରିଲ ୧ରେ ପାଳିତ ହୁଏ ଉତ୍କଳ ଦିବସ। ଏହି ଦିନ ଭାଷା ଭତ୍ତିରେ ଓଡ଼ିଶା ଏକ ସ୍ଵତନ୍ତ୍ର ରାଜ୍ୟ ଭାବରେ ମାନ୍ୟତା ପାଇଥିଲା। ଏହାକୁ ମନେ ରଖିବା ପାଇଁ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳିତ ହୋଇଥାଏ।

ଊତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ବାହାରିନ୍‌ ଓଡ଼ିଆ ସମାଜ ମିଳିତ ପ୍ରୟାସରେ ଏପ୍ରିଲ୍‌ ୧୨ରେ ବାହାରିନ୍‌ସ୍ଥିତ ଇସା ବିନ୍‌ ସଲମାନ କଲ୍‌ଚରାଲ ହଲ୍‌ରେ ଉତ୍କଳ ଦିବସ ପାଳନ କରିବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ ଏହି ସମାରୋହକୁ ଉଦ୍‌ଘାଟନ କରିବେ।

ଏହି କାର୍ଯ୍ୟକ୍ରମରେ ଉଭୟ ଓଡ଼ିଶା ଓ ବାହାରିନ୍‌ର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅତିଥି ରୂପେ ଯୋଗଦେଇ ଉଭୟ ଦେଶର କଳା, ସଂସ୍କୃତି, ବାଣିଜ୍ୟ ତଥା ପର୍ଯ୍ୟଟନ ଭଳି ଅନ୍ତର୍ଜାତିୟ ବିଷୟରେ ଆଲୋକପାତ କରିବେ।

ବାହାରିନ୍‌ ଓଡ଼ିଶା ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ କହିଛନ୍ତି ଯେ ବାହାରିନ୍‌ ଓଡ଼ିଶା ସମାଜ ୨୨ ବର୍ଷ ଧରି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ସମ୍ପ୍ରସାରଣ କରିବା ପାଇଁ ଚେଷ୍ଟିତ ରହିଛି। ବିଦେଶ ମାଟିରେ ଓଡ଼ିଶା ତଥା ଓଡ଼ିଶା ବାହାରୁ କଳାକାରମାନେ ଯାଇ ଏହି ଆନ୍ତର୍ଜାତିକ ଫୋରମ୍‌ରେ ନିଜ କଳା ପରିବେଷଣ କରିବା ସହିତ ଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ପ୍ରଚାର ଓ ପ୍ରସାର କରିବାର ସୁଯୋଗ ପାଇବେ।

Comment