ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ରୋଷେଇ କରିବା ସମସ୍ତଙ୍କୁ ଜଣା। ଦୈନନ୍ଦିନ ଜୀବନରେ ଗୃହିଣୀ ବିଭିନ୍ନ ରକମର ରୋଷେଇ କରିଥାନ୍ତି। କିନ୍ତୁ ରୋଷେଇ କଲାବେଳେ ଗୃହିଣୀମାନେ କିଛିଟା ଟିପ୍ସ ପ୍ରତି ଧ୍ୟାନ ଦେଲେ ଆପଣ ନିଜ ଖାଦ୍ୟକୁ ବେଶୀ ସୁସ୍ୱାଦୁ କରିପାରିବେ।

ଜାଣନ୍ତୁ ସେହି ଟିପ୍ସଗୁଡ଼ିକ ବିଷୟରେ

-ଗଜାଜାତୀୟ ଖାଦ୍ୟକୁ ରୋଷେଇ କରିବା ସମୟରେ ବତୁରା ପାଣିକୁ ଫିଙ୍ଗିଦେବା: ଏହି ପାଣିରେ ଭିଟାମିନ୍ ବି କଂପ୍ଲେକ୍ସ ପ୍ରଚୁର ପରିମାଣରେ ଥାଏ। ପାଣିକୁ ଫୋପାଡ଼ିଦେଲେ ବି କଂପ୍ଲେକ୍ସ ବାହାରିଯାଏ। ତେଣୁ ପରିବା ତଥା ଗଜା ଜାତୀୟ ଦ୍ରବ୍ୟକୁ ବାମ୍ପରେ ସିଝାନ୍ତୁ। ନ ହେଲେ ସିଝା ପାଣିକୁ ନ ଫୋପାଡ଼ି ରୋଷେଇରେ ବ୍ୟବହାର କରନ୍ତୁ।

-ଫଳ ତଥା ପନିପରିବାକୁ କାଟି ରଖିବା ଦ୍ୱାରା ସେଥିରେ ଥିବା ଭିଟାମିନ୍ ଏବଂ  ବି କଂପ୍ଲେକ୍ସ ନଷ୍ଟ ହୋଇଥାଏ। ତେଣୁ ସମୟ ଅଭାବରୁ ଏପରି କରୁଥିଲେ ତାକୁ ଭଲ ଭାବେ ପ୍ୟାକ୍ କରି ଫ୍ରିଜ୍‌ରେ ରଖନ୍ତୁ।

-ଫ୍ରିଜରେ ରଖାଯାଇଥିବା ଜିନିଷକୁ ବ୍ୟବହାର କରିବାର ଅଧ ଘଣ୍ଟା ପୂର୍ବରୁ ବାହାର କରି ଆଣନ୍ତୁ। ଯେପରିକି ତାହା ରୁମ୍ ଟେମ୍ପରେଚରକୁ ଆସିବା ନରେ ବ୍ୟବହାର କରନ୍ତୁ।

-ମାଇକ୍ରୋୱେଭ୍‌ରେ ରୋଷେଇ କରିବା ଖୁବ୍ ସହଜ। ଅନେକ ସମୟରେ ଗୃହିଣୀମାନେ ଏଥିରେ ରୋଷେଇ କରିବା ସମୟରେ  ପ୍ଲାଷ୍ଟିକ୍ ପାତ୍ର ବ୍ୟବହାର କରିଥାନ୍ତି। ତେବେ ପ୍ଲାଷ୍ଟିକ୍ ପାତ୍ର ବ୍ୟବହାର ଦ୍ୱାରା କ୍ୟାନ୍ସର୍ ହେବାର ଆଶଙ୍କା ଥାଏ। ଏହା ବଦଳରେ ମାଇକ୍ରୋୱେଭ୍ ବାଉଲ୍ ବ୍ୟବହାର କରନ୍ତୁ।

Comment