ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ନାରୀର ଇଚ୍ଛା ଥାଏ କି ସେ କିପରି ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବ। ମହିଳାମାନେ ନିଜକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ମେକ୍‌ଅପ୍‌ ପ୍ରଡକ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ବ୍ୟବହାର କେମିତି କରିବେ, ଏହା ବି ଜାଣିବା ଜରୁରୀ। ଜାଣନ୍ତୁ ମେକ୍‌ଅପ୍‌ କେମିତି କରିବେ?

ଯଦି ଆପଣଙ୍କର ମୁହଁ ଗୋଲ୍ ଏବଂ ଆପଣ ପତଳା ଦେଖାଯିବାକୁ ଚାହୁଁଥାନ୍ତି ତା’ ହେଲେ ନିଜର ତ୍ୱଚାଠାରୁ ହାଲକା ରଙ୍ଗର ଫାଉଣ୍ଡେସନ୍ ବାଛନ୍ତୁ। ଆଇବ୍ରୋକୁ ଚେହେରାକୁ ମାନିଲା ଭଳି ରଖନ୍ତୁ। ଧନୁ ଆକୃତିର ଆଇବ୍ରୋ ମଧ୍ୟ ଗୋଲ୍‌ ଫେସ୍‌ଥିବା ମହିଳାଙ୍କୁ ମାନିବ। ଆଇଶ୍ୟାଡୋ ଏବଂ ଲାଇନର୍‌କୁ ବାହାର ଆଡକୁ ଲଗାନ୍ତୁ।

ମୁହଁ ସଂପୂର୍ଣ୍ଣ ଗୋଲ୍ ହୋଇଥିଲେ ଡାର୍କ ସେଡ୍‌ର ଫାଉଣ୍ଡେସନ୍ ବ୍ୟବହାର କରନ୍ତୁ। ଚେହେରା ପତଳା ଥିଲେ ଲାଇଟ ସେଡ୍‌ର ପାଉଣ୍ଡେସନ୍ ଲଗାନ୍ତୁ।

ଓଠକୁ ସୁନ୍ଦର ଲୁକ୍ ଦେବାଲାଗି ଟିକେ ଗାଢ଼ ତଥା ଉଜ୍ଜ୍ୱଳ ରଙ୍ଗରର ଲିପ୍‌ଷ୍ଟିକ୍‌ ବାଛନ୍ତୁ। ଓଠ ରଙ୍ଗ ସହ ମ୍ୟାଚିଂ କରି ଲିପ୍‌ଲାଇନର ଲଗାନ୍ତୁ। ଲିପ୍ ପ୍ଲମର୍ ବ୍ୟବହାର କରନ୍ତୁ। ଆଜିକାଲି ଏଭଳି ଲିପ୍ ଗ୍ଳସ୍ ମିଳୁଛି ଯେଉଁଥିଲେ ଲିପ୍ ପ୍ଲମର୍ ମିଶିକରି ରହୁଛି। ଏହି ଲିପ୍ ପ୍ଲମର୍ ଆପଣଙ୍କ ଓଠକୁ ଆହୁରି ଉଜ୍ଜ୍ୱଳ ଲୁକ୍ ଦେବ। ଓଠ ମୋଟା ହୋଇଥିଲେ ଗ୍ଲସି ଲିପ୍‌ଷ୍ଟିକ୍‌ ଲଗାନ୍ତୁ ନାହିଁ। ମ୍ୟାଟ୍ ଲିପ୍‌ଷ୍ଟିକ୍‌ ପତଳା ଓଠକୁ ଖୁବ୍ ଭଲ ମାନିବ। ପତଳା ଓଠ ଥିବା ମହିଳାମାନେ ଲିପ୍‌ ଲାଇନର୍‌ରେ ଓଠ ବାହାରେ ଆଉଟ୍‌ଲାଇନ୍‌କରିବା କଥା ନୁହେଁ।

ଚେପେଟା ନାକ ହୋଇଥିଲେ ନାକର ମଝି ଅଂଶ ମଧ୍ୟରେ ହାଇଲାଇଟର୍ ବ୍ୟବହାର କରନ୍ତୁ। ନାକ ଚଉଡ଼ା ହୋଇଥିଲେ ନିଜର ଚେହେରାଠାରୁ ଟିକେ ହାଲକା ରଙ୍ଗର ଫାଉଣ୍ଡେସନ୍ ବ୍ୟବହାର କରନ୍ତୁ। ନାକ ପତଳା ହୋଇଥିଲେ ଚେହେରାଠାରୁ ଟିକେ ଗାଢ଼ ରଙ୍ଗର ଫାଉଣ୍ଡେସନ୍‌କୁ ଲଗାଇପାରିବେ। ନାକରେ ଟିଜୋନ୍‌ରେ ଅଧିକ ପାଉଡ଼ର ବ୍ୟବହାର କରନ୍ତୁ। ତେବେ ଭଲ ଭାବେ ମିଶାଇଲେ ଯାଇ ଚେହେରା ସୁନ୍ଦର ଲାଗିବ।

ଆଖି ଛୋଟ ହୋଇଥିଲେ ଧଳା ରଙ୍ଗର ଆଇଲାଇନର୍ କିମ୍ବା ଆଇ ପେନ୍‌ସିଲ ବ୍ୟବହାର କରନ୍ତୁ।

Comment