ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇ ଘରେ ବ୍ୟବହୃତ ଛୁରୀ, କଟର୍ ତଥା ଚପରକୁ ବ୍ୟବହାର ପରେ ଭଲ ଭାବେ ପରିଷ୍କାର କରନ୍ତୁ। ଅନେକ ସମୟରେ ଏଥିରୁ ହିଁ ଜୀବାଣୁ ସଂକ୍ରମିତ ହୋଇଥାନ୍ତି।
ବାସନମାଜିବା ପାଇଁ ବ୍ୟବହାର କରୁଥିବା ବାସନ ମଜାକୁ ବ୍ୟବହାର କରିବା ପରେ ଭଲ ରୂପେ ସଫା କରିବାକୁ ଭୁଲନ୍ତୁ ନାହିଁ।
ପ୍ରତ୍ୟେକ ରୋଷେଇ ସାମଗ୍ରୀକୁ ଭଲ ଭାବେ ଡବା ମଧ୍ୟରେ ବନ୍ଦ କରି ରଖନ୍ତୁ। ଯଦି ଅସରପା, ଝିଟିପିଟି ହେଉଥାନ୍ତି ତା’ ହେଲେ ଆହୁରି ସାବଧାନତା ଅବଲମ୍ବନ କରନ୍ତୁ।

ରୋଷେଇ ସରିବା ପରେ ଗ୍ୟାସ୍ ତଥା ଚୂଲାକୁ ପୋଛନ୍ତୁ। ଲକ୍ଷ୍ୟ ରଖିବେ ଯେପରି ଖାଦ୍ୟ ଟୁକୁଡ଼ା କେଉଁଠି ନ ପଡ଼େ। ଏହି ଖାଦ୍ୟ ଟୁକୁଡ଼ା ଯୋଗୁଁ ହିଁ ସଂକ୍ରମଣ ହୋଇଥାଏ।
ଘରର ଅନ୍ୟ ସ୍ଥାନ ଭଳି ରୋଷେଇ ଘରକୁ ମଧ୍ୟ ପ୍ରତିଦିନ ସଫା ରଖନ୍ତୁ।
ରୋଷେଇ ଘରେ ରଖିଥିବା ମସଲାକୁ ଶୁଖିଲା ଡବାରେ ରଖନ୍ତୁ। ମସଲା ଡବାରେ ଓଦା ଚାମଚ ଭର୍ତ୍ତି କରନ୍ତୁ ନାହିଁ।
ରୋଷେଇ ଘରେ ପିମ୍ପୁଡ଼ି ହେବାର ଆଶଙ୍କା ବେଶୀ ଥାଏ। ଏଥିପାଇଁ ମିଠା ଜାତୀୟ ଜିନିଷକୁ ସାଇତି ରଖନ୍ତୁ
















