ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ଉଜ୍ଜ୍ୱଳ ତ୍ୱଚା ଚାହୁଁଛନ୍ତି ତା ହେଲେ କେବଳ ଫେସ୍‌ୱାସ୍‌ ଏଥିପାଇଁ ଯଥେଷ୍ଟ ନୁହେଁ। କାରଣ ଏହା ଚେହେରାର ପିଏଚ୍ ଲେଭ୍‌ଲ ସନ୍ତୁଳନକୁ ଠିକ୍ ଭାବେ ରକ୍ଷା କରିପାରେନାହିଁ। ଏପରିସ୍ଥଳେ ଟୋନର୍ ହିଁ ଆପଣଙ୍କୁ ଗ୍ଲାମରସ୍ ଲୁକ୍ ଦେଇପାରିବେ।

ଘରେ କେମିତି ଟୋନର୍ ପ୍ରସ୍ତତ କରି ପାରିବେ ସେ ସଂପର୍କରେ ଜାଣନ୍ତୁ…

-ଗୋଟିଏ ଲେମ୍ବୁରୁ ରସ ବାହାର କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍ ପରେ ଗରମ ପାଣିରେ ଧୁଅନ୍ତୁ।

-ପାଣି ଏବଂ ଭିନେଗାରକୁ ସମାନ ମାତ୍ରାରେ ନେଇ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡାପାଣିରେ ମୁହଁ ଧୋଇ ନିଅନ୍ତୁ।

-ଗୋଟିଏ ମଧ୍ୟମ ଆକାରର କାକୁଡ଼ିକୁ ଗ୍ରେଟ୍ କରି ନିଅନ୍ତୁ। ସେଥିରେ ଅଧା କପ୍ ଦହିମିଶାନ୍ତୁ। ଏହି ମିଶ୍ରଣକୁ ମୁହଁ ଏବଂ ଗଳାରେ ଲଗାଇ ଅଧା ଘଣ୍ଟା ଯାଏ ରଖନ୍ତୁ। ପରେ ମୁହଁ ଧୋଇ ନେଇ ଶୁଖିଲା ଟାୱେଲ୍‌ରେ ପୋଛନ୍ତୁ।

-ଏକ ଚାମଚ କ୍ଷୀର, ଏକ ଚାମଚ ମହୁ ଏବଂ ଗୋଟିଏ ଅଣ୍ଡାକୁ ଫେଣ୍ଟନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏହା ଏକ ଭଲ୍ ଟୋନର୍ର କାମ କରିବ। ୧୦-୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ।

-ପୁଦିନା ପତ୍ରରେ ଗରମ ପାଣି ମିଶାନ୍ତୁ।  ଥଣ୍ଡା ହେବା ପରେ ଏହି ମିଶ୍ରଣରେ ତୁଳା ବୁଡ଼ାଇ ମୁହଁ ସଫା କରନ୍ତୁ।

-ଘିକୁଆଁରୀକୁ ଭାଙ୍ଗି ଆଣି ତାର ରସ ବାହାର କରନ୍ତୁ  ଘିକୁଆଁରୀ ରସ ଏକ ଭଲ ଟୋନର୍ ଭାବେ କାମ କରେ।

-ଅଳ୍ପ କର୍ପୁର ନେଇ ସେଥିରେ କିଛି ଗୋଲାପ ଜଳ ମିଶାଇ ନିଅନ୍ତୁ। ଦିନରେ ଏହାକୁ ୩-୪ ଥର ମୁହଁରେ ଲଗାନ୍ତୁ। ତୈଳାକ୍ତ ତ୍ୱଚା ତଥା ବ୍ରଣ ହୋଇଥିଲେ ଏହା ବେଶ୍ ଭଲ କାମ କରିଥାଏ।

-ସମାନ ପରିମାଣର ଟମାଟୋ ଜୁସ୍ ଏବଂ ମହୁକୁ ମିଶାଇ ମୁହଁରେ ଲଗାନ୍ତୁ। ୧୦ ମିନିଟ୍ ପରେ ଧୋଇ ନିଅନ୍ତୁ।

Comment