ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବୀନଙ୍କ ମହିଳା କାର୍ଡକୁ କାଉଣ୍ଟର କରିଛି ଓଡିଶା ପ୍ରଦେଶ କଂଗ୍ରେସ। ଆଜି ଭୁବନେଶରସ୍ଥିତ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସିଧାସଳଖ ନବୀନଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଛନ୍ତି। ବିଜେଡିର ୩୩ ପ୍ରତିଶତ ମହିଳା କାର୍ଡ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ।

ଗତ ଦୁଇ ଦଶନ୍ଧିର ଶାସନ ସତ୍ତ୍ଵେ ମହିଳାଙ୍କର ସାମାଜିକ ସ୍ଥିତିରେ ଘୋର ଅବନତି କାହିଁକି ହୋଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ନବୀନ କେନ୍ଦ୍ରାପଡାଠାରେ ମହିଳାମାନଙ୍କୁ ୩୩ ପ୍ରତିଶତ ଟିକେଟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାକୁ ପୂରଣ ମଧ୍ୟ କରିଛନ୍ତି। ନବୀନ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିବା ପରେ କଂଗ୍ରେସ ଟାର୍ଗେଟ କରିଛି।

ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, ‘‘କେବଳ ନବୀନ ଏକୁଟିଆ ନୁହନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବେନାର୍ଜୀ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛନ୍ତି। ଗୋଟିଏ ପଟେ ନବୀନ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କହୁଥିବା ବେଳେ ଅନ୍ୟପଟେ ବିଜେପୁରରେ ରିତା ସାହୁଙ୍କ ଟିକେଟ କାଟି ନିଜେ ପ୍ରାର୍ଥୀ ହେବା କେତେଦୂର ଠିକ୍?’’

ଏହା କେବଳ ନବୀନଙ୍କ ନିର୍ବାଚନୀ ଚାଲ ବୋଲି କହିଛନ୍ତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର।

Comment