ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୪ଦିନ ବାକିଥିବା ବେଳେ ଓଡ଼ିଶାକୁ କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତ ହେଉଛି। ଗୋଟିଏ ସପ୍ତାହ ଭିତରେ ନରେନ୍ଦ୍ର ମୋଦି ୨ଥର ଓଡ଼ିଶା ଆସୁଛନ୍ତି।

ପୂର୍ବାହ୍ନରେ ମୋଦି ସୁନ୍ଦରଗଡ଼ ଓ ସୋନପୁରରେ ହେବାକୁଥିବା ବିଜୟସଂକଳ୍ପ ସମାବେଶରେ ଯୋଗ ଦେବେ।

ସେହିପରି ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି।

କାର୍ଯ୍ୟସୂଚୀ ଅନୁସାରେ ଯୋଗୀ ଫୁଲବାଣୀ ଓ ବ୍ରହ୍ମପୁରଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।

ସେହିପରି କଳାକାରରୁ ରାଜନେତା ହୋଇଥିବା ରାଜୁ ଶ୍ରୀବାସ୍ତବ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଏବଂ କୋରପୁଟ ଜିଲ୍ଲାର ବୈପାରିଗୁଡ଼ା ନିର୍ବାଚନ ସଭାରେ ଉଦବୋଧନ ଦେବେ।

ଓଡ଼ିଶାକୁ କେନ୍ଦ୍ରୀୟ ନେତାଙ୍କ ବାରମ୍ବାର ଗସ୍ତ ହେଉଥିବା ବେଳେ ଜନାଦେଶ କାହା ସପକ୍ଷରେ ଜାଉଛି ତାହା ଦେଖିବାକୁ ବାକିରହିଲା।

Comment