ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଏବଂ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୨୮ଟି ବିଧାନସଭା ଲାଗି ମତଦନା କରିଛନ୍ତି ଭୋଟର। ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିବା ୨୮ଟି ବିଧାନସଭା ଆସନ ମଧ୍ୟରୁ ୨୪ଟି ଆସନରେ ବିଜେଡି ବାଜି ମାରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଭିକେ ପାଣ୍ଡିଆନ କହିଛନ୍ତି ସମସ୍ତ ପର୍ଯ୍ୟାୟରେ ବିଜେଡି ଆଗରେ ରହିବ। ସେ କହିଛନ୍ତି ୨୦୧୯ ନିର୍ବାଚନରେ ଏହି ୨୮ ବିଧାନସଭା ଆସନରୁ ବିଜେଡି ୨୦ଟିରେ ଜିତିଥିଲା। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼ିଥିବାରୁ ଏବେ ଆହୁରି ଅଧିକ ଆସନରେ ବାଜି ମାରିବ ବିଜେଡି। କେବଳ ବିଧାନସଭା ଆସନ ନୁହେଁ ଲୋକସଭା ଆସନରେ ମଧ୍ୟ ବିଜେଡି ଗତ ଥର ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ଭିକେ ପାଣ୍ଡିଆନ କହିଛନ୍ତି।

ଅନ୍ୟପଟେ ମତଦାନ ହୋଇଥିବା ସମସ୍ତ ୪ ଲୋକସଭା ଆସନ ସହ ୧୮ଟି ବିଧାନସଭା ଆସନରେ ବିଜେପି ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର।

Tags: #Politics #OdishaPolitics #OdishaAssemblyElections2024 #Voting #Firstphasevote #Odisha #ECI #India

LEAVE A REPLY

Please enter your comment!
Please enter your name here