ଓଡ଼ିଶାଲାଇଭ୍ ବ୍ୟୁରୋ

“ଆସନ୍ତା ଜୁଲାଇ ମାସରୁ ଆସିବନି ବିଜୁଳି ବିଲ। ରାଜ୍ୟବାସୀଙ୍କୁ ବିଜେଡି ସରକାର ୧୦୦ ୟୁନିଟ ମାଗଣା ବିଜୁଳି ଦେବ। ଆପଣମାନେ ଖୁସିତ?”, ରାଉରକେଲାଠାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନିର୍ବାଚନ ପ୍ରଚାର ଲାଗି ରାଉରକେଲାରେ ପହଞ୍ଚିଛନ୍ତି। ସେକ୍ଟର ୧୩ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ବିଜେଡି ସପକ୍ଷରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅଅନୁରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଏସକେଓ୍ଵାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ, ୫-ଟି, କାଳିଆ ଯୋଜନା, ମଧୁବାବୁ ପେନସନ ଆଦି ଯୋଜନା ଲୋକଙ୍କ ଉପକାରରେ ଆସୁଛି କି ନାହିଁ ଉପସ୍ଥିତ ଜନତାଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ। ଏପରି କି ପ୍ରଶ୍ନ ଛଳରେ ସେ ଲୋକଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ, ଜନସାଧାରଣ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନକୁ କେତେ ପସନ୍ଦ କରନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିରୋଧୀ ଦଳ ଅପପ୍ରଚାର କରୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିରୋଧୀଙ୍କୁ ଉଚିତ ଜବାବ ଦିଅନ୍ତୁ। ସମସ୍ତେ ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗାମୀ ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ନବୀନ ପଟ୍ଟନାୟକ। ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଚାର କାର୍ଯ୍ୟକମ ରହିଛି। ଏହା ସହ ଦେବଗଡ଼, ଛେଣ୍ଡିପଦା ଏବଂ ଆଠମଲ୍ଲିକରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Tags: #Politics #OdishaPolitics #OdishaAssemblyElections2024 #CMNaveenPatnaik #Odisha #ECI #India

LEAVE A REPLY

Please enter your comment!
Please enter your name here