ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରାର୍ଥିପତ୍ର ଦାଖଲ କଲେ ବରିଷ୍ଠ ନେତା ତଥା ବିଜେପି ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତ। ଏରସମା-ବାଲିକୁଦା ବିଧାନସଭା ଆସନ ଲାଗି ଡାକ୍ତର ରାଉତ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ନିରାଡମ୍ବରପୂର୍ଣ୍ଣ ଭାବେ ଅଳ୍ପ କିଛି ସମର୍ଥକଙ୍କ ସହ ଜଗତସିଂହପୁର ଉପ-ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସର ମହେନ୍ଦ୍ର ପ୍ରତାପ ମହାନ୍ତିଙ୍କ ନିକଟରେ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଦାମୋଦର ରାଉତ।

ଚଳିତ ନିର୍ବାଚନରେ ବିଜେପି ଦାମୋଦର ରାଉତଙ୍କୁ ବାଲିକୁଦା ଆସନ ପାଇଁ ଟିକେଟ୍‌ ଦେଇଥିବା ବେଳେ ତାଙ୍କୁ ପୁଅ ସମ୍ବିତ ପାତ୍ରଙ୍ଖଉ ବିଜେଡି ପାରାଦୀପ ଆସନ ଲାଗି ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୪ ତାରିଖରେ ବିଜେଡି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଦିଲ୍ଲୀ ଯାଇ ବିଜେପିରେ ସାମିଲ ହୋଇଥିଲେ।

Comment