ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡିରେ ମିଶିଲେ ବିଜେପିରୁ ସଦ୍ୟ ଇସ୍ତଫା ଦେଇଥିବା ପୁରୀ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା। ବିଜେପିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜେଡିରେ ସାମିଲ ହୋଇଛନ୍ତି।

ରବିବାର ବିଜେପି ପାର୍ଟି ଟିକେଟ୍‌ ବିକ୍ରି କରୁଥିବା ଅଭିଯୋଗ କରି କୃଷ୍ଣ ଚନ୍ଦ୍ର ପଣ୍ଡା ବିଜେପି ଛାଡ଼ିଥିଲେ। ସେ ପୁରୀ ଜିଲ୍ଲା ବିଜେପିର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସୋମବାର ସେ ବିଜେଡିରେ ମିଶିଛନ୍ତି।

ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ କୃଷ୍ଣ ଚନ୍ଦ୍ର ଶଙ୍ଖ ଧରିଛନ୍ତି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୃଷ୍ଣଚନ୍ଦ୍ରଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

Comment