ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଲୋକସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମଇଦାନକୁ ଓହ୍ଲାଇ ସାରିଛନ୍ତି। ହେଲେ ସବୁଠାରୁ ଅଧିକ ନଜର ନିର୍ବାଚନ ଲଢ଼ୁଥିବା ବଲିଉଡ ଷ୍ଟାରଙ୍କ ଉପରେ ରହିଛି। ଏଥର ନିର୍ବାଚନରେ ବଲିଉଡର ୩ ଲୋକପ୍ରିୟ ଷ୍ଟାରଙ୍କ ନାମ ରହିଛି। ସେମାନେ ହେଲେ ହେମାମାଳିନୀ, ଉର୍ମିଳା ମାତୋଣ୍ଡକର ଏବଂ ଜୟପ୍ରଦା। ଏହି ତିନି ଜଣ ନିଜର ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାର୍ଥିପତ୍ର ଦାଖଲ କରିବା ସମୟରେ ଏହି ଷ୍ଟାରମାନଙ୍କର ସମ୍ପତ୍ତି ତାଲିକା ସମସ୍ତଙ୍କ ନଜରକୁ ଆସିଛି। ସମ୍ପତ୍ତି ତାଲିକାରେ ଉର୍ମିଳା ଓ ଜୟପ୍ରଦାଙ୍କୁ ପଛରେ ପକାଇଛନ୍ତି ହେମାମାଳିନୀ।

 

ହେମାମାଳିନୀଙ୍କ ସମ୍ପତ୍ତି

ମଥୁରା ଲୋକସଭା ଆସନରୁ ସାଂସଦ ଅଛନ୍ତି ହେମାମାଳିନୀ। ବିଜେପି ଏଥର ବି ତାଙ୍କୁ ସେହି ସିଟ୍‌ରୁ ପ୍ରାର୍ଥୀ କରିଛି। ପ୍ରାର୍ଥିପତ୍ର ଦାଖଲ ସମୟରେ ହେମା ତାଙ୍କ ପାଖରେ ୨୪୯ କୋଟି ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି।

ଜୟପ୍ରଦାଙ୍କ ସମ୍ପତ୍ତି

ଅଭିନେତ୍ରୀ ଜୟପ୍ରଦା ବିଜେପି ଟିକେଟରୁ ରାମପୁରରୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ପାଖରେ ୯.୨୭ କୋଟି ଟଙ୍କାର ସମ୍ପତ୍ତି ଥିବା ସେ ଘୋଷଣା କରିଛନ୍ତି। ଏହାଛଡ଼ା ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦରେ ତାଙ୍କର ଘର ଥିବା ଜଣାପଡ଼ିଛି।

ଉର୍ମିଳା ମାତୋଣ୍ଡକରଙ୍କ ସମ୍ପତ୍ତି

ନିକଟରେ କଂଗ୍ରେସରେ ସାମିଲ ହୋଇଥିଲେ ଅଭିନେତ୍ରୀ ଉର୍ମିଳା। ମୁମ୍ବାଇ ନର୍ଥ ସିଟରୁ ସେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି। ସୋମବାର ଉର୍ମିଳା ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ପାଖରେ ୬୮ କୋଟି ଟଙ୍କାର ସମ୍ପତ୍ତି ଥିବା ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here