ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ପ୍ରଥମ ପର୍ଯ୍ୟାୟରେ ୫ ପିଙ୍କ ବୁଥରେ ମତଦାନ
  • ଦ୍ୱିତୀୟ ପର୍ଯ୍ୟାୟରେ ୮ଟି ପିଙ୍କ ବୁଥରେ ମତଦାନ
  • ବୁଥ ପରିଚାଳନା କରିବେ ମହିଳା ପୋଲିଂ ପାର୍ଟି

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅଧିକରୁ ଅଧିକ ମହିଳା ଭୋଟର ଯେଭଳି ଭୋଟ ଦେବା ପାଇଁ ଆଗେଇ ଆସିବେ ସେଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଲାଗି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି। ଚଳିତ ଥର ୧୩ଟି ପିଙ୍କ ବୁଥ୍ ଖୋଲା ଯାଇଛି। ଏହି ବୁଥ୍ ସମ୍ପୂର୍ଣ୍ଣ ମହିଳାମାନଙ୍କ ଦ୍ୱାରା ପରିଚାଳନା କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ପିଙ୍କ ବୁଥ୍ ବ୍ୟବସ୍ଥା କରାଯାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୫ଟି ପିଙ୍କ ବୁଥରେ ଭୋଟିଂ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ୮ଟି ପିଙ୍କ୍ ବୁଥରେ ଭୋଟ ଗ୍ରହଣ କରାଯିବ।

ଛତ୍ରପୁର ନିର୍ବାଚନମଣ୍ଡଳୀର ଏକ୍ସ ବୋର୍ଡ ପ୍ରାଇମେରୀ ସ୍କୁଲ (ବୁଥ ନମ୍ବର-୧୨୦), ଗୋପାଳପୁରସ୍ଥିତ ରଙ୍ଗେଇଲୁଣ୍ଡା ୟୁପି ସ୍କୁଲ (ବୁଥ ନମ୍ବର-୯୧), ବ୍ରହ୍ମପୁରସ୍ଥିତ ସରକାରୀ ମ୍ୟୁନସିପାଲ ଗାର୍ଲସ୍ ହାଇସ୍କୁଲ (ଏମ୍) ଆସ୍କା ରୋଡ (ବୁଥ ନମ୍ବର ୨୧), ଦିଗପହଣ୍ଡିସ୍ଥିତ ଅଙ୍କୋରଡ଼ା ୟୁପି ସ୍କୁଲ (ବୁଥ ନମ୍ବର ୫୧), ଚିକିଟିସ୍ଥିତ ଜର୍ଜ ପ୍ରାଇମେରୀ ସ୍କୁଲ (ବୁଥ ନମ୍ବର ୭୨)କୁ ପିଙ୍କ ବୁଥ କରାଯାଇଛି।

ଏହି ବୁଥରେ ଏପ୍ରିଲ ୧୧ରେ ଭୋଟ ଗ୍ରହଣ କରାଯିବ।

ସେହିପରି ଏପ୍ରିଲ ୧୮ରେ ଭୋଟ ଗ୍ରହଣ ହେବାକୁ ଥିବା ପିଙ୍କ ବୁଥଗୁଡ଼ିକ ହେଲା – ପୋଲସରା ସେକେଣ୍ଡାରୀ ଟ୍ରେନିଂ ସ୍କୁଲ (ବୁଥ ନମ୍ବର ୨୦୭), କବିସୂର୍ଯ୍ୟନଗରସ୍ଥିତ ଏମୟୁପିଏସ୍ କୋଦଳା (ବୁଥ ନମ୍ବର ୨୦୬), ଖଲ୍ଲିକୋଟସ୍ଥିତ ଆଭାସ ଏମୟୁପିଏସ୍ (ବୁଥ ନମ୍ବର ୮୨), ହିଞ୍ଜିଳିସ୍ଥିତ ଏମଏସି ହାଇସ୍କୁଲ ନ୍ୟୁ ବିଲ୍ଡିଂ (ବୁଥ ନମ୍ବର ୧୨୪), ସାନଖେମୁଣ୍ଡିରେ ବୁଥ ନମ୍ବର ୨୦୬, ଭଞ୍ଜନଗରସ୍ଥିତ ୟୁଜି ହାଇସ୍କୁଲ (ବୁଥ ନମ୍ବର ୧୫୬), ସୋରଡ଼ାସ୍ଥିତ ବେଲଗୁଣ୍ଠା ପ୍ରାଥମିକ ସ୍କୁଲ (ବୁଥ ନମ୍ବର ୮୪)।

ଏହି ପିଙ୍କ ବୁଥ ଗୁଡ଼ିକରେ ୫ ଜଣ ଲେଖାଏଁ ପୋଲିଂ କର୍ମଚାରୀ ରହିବେ। ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here