ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁତ କମ୍‌ ଲୋକ ଅଲିଭ୍‌ ଅଏଲ୍‌ ଖାଦ୍ୟରେ ବ୍ୟବହାର କରିଥାନ୍ତି। ପ୍ରାୟ କମ୍‌ ଲୋକ ଜାଣିଥାନ୍ତି କି ଅଲିଭ୍‌ ଅଏଲ କେବଳ ଖାଦ୍ୟରେ ନୁହେଁ ସୌନ୍ଦର୍ଯ୍ୟକୁ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଜାଣନ୍ତୁ ଅଲିଭ୍‌ ଅଏଲ୍‌ କିଭଳି ଭାବେ ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ।

ସାମ୍ପୁ କରିବା ପୂର୍ବରୁ ଅଲିଭ୍ ଅଏଲ୍‌କୁ ହାଲକା ଉଷୁମ କରି କେଶରେ ଲଗାନ୍ତୁ। ୧୫-୨୦ ମିନିଟ୍ ପରେ ସାମ୍ପୁ କରନ୍ତୁ। ଏହା ରୁକ୍ଷ କେଶ ପାଇଁ ବେଶ୍‌ ଭଲ। ଏହି ତେଲକୁ ମସାଜ କରିବା ଦ୍ୱାରା କେଶ କୋମଳ ବା ନରମ ରହିଥାଏ।

ଅଲିଭ୍ ଅଏଲ୍‌ରେ ଅଳ୍ପ ଚିନି ଏବଂ ଦୁଇ ବୁନ୍ଦା ଲେମ୍ବୁ ରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଓଠରେ ଲଗାନ୍ତୁ। ଯାହାଫଳରେ ଓଠରୁ ମୃତ କୋଷ ବାହାରି ସ୍ୱାଭାବିକ ରଙ୍ଗ ଫେରିଆସିଥାଏ। ସବୁଠୁ ବଡ଼ କଥା ହେଲା ଏହା ପେଟକୁ ଗଲେ ମଧ୍ୟ କୌଣସି ପ୍ରକାର କ୍ଷତି ହୋଇନଥାଏ।

ନଖ ବଢାଇବାକୁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ଅଲିଭ୍ ଅଏଲ ନେଇ ମାଲିସ କରନ୍ତୁ।

ଅଲିଭ୍ ତେଲ ଏକ ଭଲ ମଏଶ୍ଚରାଇଜର ଭାବେ କାମ କରେ। ତେଣୁ ଗାଧୋଇବା ପରେ ଏହାକୁ ଦେହରେ ଲଗାଇ ପାରିବେ। ଏହା ଶୁଷ୍କ ତ୍ୱଚା ସମସ୍ୟାରୁ ମୁକ୍ତି ଦେଉଇାଏ। ଏକ୍‌ଜିବମା ପରି ଚର୍ମ ସମ୍ବନ୍ଧୀୟ ରୋଗର ନିରାକରଣ ପାଇଁ ଅଲିଭ ଅଏଲ ଭଲ କାମ କରେ।

ତ୍ୱଚା କୌଶସି ପ୍ରକାର ପୋଡ଼ାଦାଗ ଥିଲେ ଅଲିଭ୍‌ ଅଏଲ୍‌ ପ୍ରତିଦିନ ବ୍ୟବହାର କରନ୍ତୁ। ଧୀରେଧୀରେ ଦେଖିବେ ଦାଗ ଦୂର ହୋଇଯିବ।

ଶୀତଦିନେ ପାଦ ଫାଟିବା ଏକ ସାଧାରଣ ସମସ୍ୟା। ଧୂଳି ତଥା ମଇଳା ଜମିବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ଅଳ୍ପ ଉଷୁମ୍‌ ପାଣିରେ ପାଦକୁ ଭିଜାଇ ରଖି ଭଲ ଭାବେ ସଫା କରନ୍ତୁ। ପାଦକୁ ସଫା କପଡ଼ାରେ ପୋଛି ଅଲିଭ୍ ଅଏଲ୍‌କୁ ମାଲିସ କରନ୍ତୁ।

ୱାକ୍ସିଂ କରିବା ପରେ ତ୍ୱଚାରେ ସବୁବେଳେ ଅଲିଭ୍ ଅଏଲ୍ ମାଲିସ କରନ୍ତୁ। ସମ୍ବେଦନଶୀଳ ତ୍ୱଚା ପାଇଁ ଏହା ଖୁବ୍ ଉପକାରୀ।

କେଶ ଧୋଇବା ପରେ ମହିଳାମାନେ ସାଧାରଣତଃ ସିରମ୍ ବ୍ୟବହାର କରିଥାନ୍ତି। ମାର୍କେଟରେ ମିଳୁଥିବା ସିରମ୍‌ରେ କେମିକାଲ ମିଶିଥାଏ। ଏହା ବଦଳରେ ଅଲିଭ୍‌ ଅଏଲ୍‌ର ବ୍ୟବହାର ବି କରିପାରିବେ। କେଶ ଧୋଇବା ପରେ ୭-୮ ବୁନ୍ଦା ଅଲିଭ୍ ତେଲକୁ ନେଇ ହାଲ୍‌କା ଭାବେ କେଶରେ ଲଗାନ୍ତୁ।

ନଡ଼ିଆ ତେଲ ପରି ଅଲିଭ୍ ଅଏଲ୍‌କୁ ମେକ୍‌ଅପ୍‌ ରିମୁଭର ଭାବେ ବ୍ୟବହାର କରିପାରିବେ।

Comment