ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଚାରା ଘୋଟାଲା ମାମଲାରେ ଫସିଥିବା ଲାଲୁପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଆଜି ବଡ ଝଟକା ମିଳିଛି। ସୁପ୍ରିମକୋର୍ଟ ଲାଲୁ କରିଥିବା ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।
ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲାଲୁ ଏବେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ଲାଲୁଙ୍କ ଜାମିନ ପାଇଁ ତାଙ୍କ ଓକିଲା କପିଲ ସିବଲ କୋର୍ଟରେ ଯୁକ୍ତି ରଖିଥିଲେ। ସେ କୋର୍ଟରେ ଲାଲୁଙ୍କ ଜାମିନ ଅବଧି ଲାଗି ବୟସର ଦ୍ୱାହି ଦେଇଥିଲେ।
ଅପର ପକ୍ଷରେ ଲାଲୁଙ୍କୁ ଜାମିନ ମିଳିବା ନେଇ ଆରଜେଡି ନେତା ଓ କର୍ମୀଙ୍କ ସହିତ ପରିବାରଲୋକ ବି ଆଶାବାଦୀ ଥିଲେ। ଲାଲୁଙ୍କ ଜାମିନ ଖାରଜ ହେବାପରେ ଏହା ୧୯୮୦ ମସିହା ପରଠୁ ପ୍ରଥମ ନିର୍ବାଚନ ହେବ ଯାହା ଆରଜେଡି ଲାଲୁଙ୍କ ବିନା ଲଢ଼ିବ। ୨୦୧୯ ନିର୍ବାଚନରେ ଲାଲୁଙ୍କ ଅନୁପସ୍ଥିତି ଆରଜେଡି ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।
ତେବେ ଆସନ୍ତାକାଲିଠୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେଉଛି। ଏହାରି ଭିତରେ ଦେଖିବାକୁ ବାକିରହିଲା ବିହାରବାସୀଙ୍କ ଜନାଦେଶ କାହା ସପକ୍ଷରେ ଯାଉଛି।


















