ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଗରମ ଅସହ୍ୟ ହୋଇଗଲାଣି। ଖରା ଓ ତା’ ସହିତ ଗୁଳୁଗୁଳି, ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବୁଧବାର ରାଜ୍ୟର ୫ଟି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ପାଣିପାଗ ବିଭାଗ ସୂଚନା ଅନୂଯାୟୀ ଟିଟିଲାଗଡ଼ରେ ସର୍ବାଧିକ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି।

ମାଲକାନଗିରି ଓ ସୋନପୁରରେ ତାପମାତ୍ରା ୪୧.୨ ଡିଗ୍ରୀ ଥିବା ବେଳେ ତାଳଚେରରେ ୪୧.୧ ଡିଗ୍ରୀ, ବଲାଙ୍ଗିରରେ ୪୧ ଡିଗ୍ରୀ, ଭବାନିପାଟଣାରେ ୪୦.୩ ଡିଗ୍ରୀ ଓ ଝାରସୁଗୁଡ଼ାରେ ପାରଦ ୪୦.୨ ଡିଗ୍ରୀ ଛୁଇଁଛି।

ରାଜଧାନୀ ଭୁବନେଶ୍ୱରରେ ସାମାନ୍ୟ ମେଘୁଆ ପାଗ ଥିବାରୁ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ସେହିପରି ବୁଧବାର କଟକରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ ଅଗାମୀ କିଛି ଦିନ ଯାଏଁ ରାଜ୍ୟରେ ଏହି ଭଳି ତାତି ଲାଗି ରହିବ। ତାପମାତ୍ରା ୪୦ଡିଗ୍ରୀ ଉପରେ ରହିବ।

Comment