ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆସନ୍ତାକାଲି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୪ ଲୋକସଭା ସହ ୨୮ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ।

ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ପୋଲିସର ଫୋକସରେ ରହିଛି ମାଓ ଅଧ୍ୟୁଷିତ ଜିଲ୍ଲା ଓ ସମ୍ବେଦନଶୀଳ ବୁଥ।

ସମ୍ବେଦନଶୀଳ ବୁଥରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ। ଏହାସହିତ ଏହିସବୁ ବୁଥ ମାନଙ୍କର ମତଦାନ ଚାଲୁଥିବା ସମୟରେ ସ୍ଥିତିର ସମୀକ୍ଷା କରିବେ ବରିଷ୍ଠ ପୋଲିସ ଅଧିକାରୀ।

୪ଲୋକସଭା ଆସନ ମଧ୍ୟରୁ କଳାହାଣ୍ଡି ଲୋକସଭା ଆସନ ଅଧୀନରେ ଗୋଟିଏ, ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ଗୋଟିଏ,କୋରାପୁଟ ଲୋକସଭା ଆସନ ଅଧୀନରେ ୬ଟି,ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ରହିଛି ରହିଛି ୬ଟି ସମ୍ବେଦନଶୀଳ ବୁଥ୍‌।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ବେଦନଶୀଳ ବୁଥମାନଙ୍କରେ ସକାଳ ୭ଟାରୁ ସଂଧ୍ୟା ୪ଟା ଯାଏଁ ମତଦାନ ହେବ। ଅନ୍ୟସବୁ ଆସନରେ ସଂଧ୍ୟା ୬ଟା ଯାଏଁ ମତଦାନ ହୋଇଥାଏ। ନିର୍ବାଚନ ଲାଗି ୨୯ କମ୍ପାନି କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି, ଯେଉଁମାନଙ୍କୁ ସମ୍ବେଦନଶୀଳ ବୁଥରେ ନିୟୋଜିତ କରାଯିବ।

Comment