ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ

ଅଗ୍ରଣୀ ଟେଲିକମ୍ କମ୍ପାନି ଜିଓ ପକ୍ଷରୁ ଜିଓ ନ୍ୟୁଜ୍ ନାମରେ ଏକ ନୂତନ ମୋବାଇଲ ଆପ୍  ଉନ୍ମୋଚନ କରାଯାଇଛି। ଏହି ଆପ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି। ଏହି ଆପକୁ ଡାଉନଲୋଡ କରି ୟୁଜର୍ସମାନେ ଏକାଥରରେକ ୧୨ଟି ଭାରତୀୟ ଭାଷାର ନ୍ୟୁଜ ପାଇ ପାରିବେ।

ଜିଓ ନ୍ୟୁଜ ଜରିଆରେ ୟୁଜର୍ସମାନେ ତାଜା ଖବର, ଲାଇଭ ଟିଭି, ଭିଡିଓ, ପତ୍ରିକା, ଖବରକାଗଜ ଆଦି ଦେଖିବାର ସୁଯୋଗ ପାଇପାରିବେ।

ଏହି ଆପ୍‌ରେ ପ୍ରତି ମୁହୂର୍ତ୍ତରେ ବ୍ରେକିଂ ନ୍ୟୁଜ ସହିତ ୧୫୦ରୁ ଅଧିକ ଲାଇଭ ଚ୍ୟାନେଲ, ୮୦୦ରୁ ଅଧିକ ପତ୍ରିକା, ୨୫୦ରୁ ଅଧିକ ଖବରକାଗଜ, ଲୋକପ୍ରିୟ ବ୍ଲଗ ଏବଂ ୱେବସାଇଟ ଉପଲବ୍ଧ ରହିଛି। ୟୁଜର୍ସମାନେ ଲାଇଭ ଟିଭିର ମଜା ନେବା ସହ ପତ୍ରିକା ଏବଂ ଦେଶର ପ୍ରମୁଖ ଖବରକାଗଜ ପଢ଼ିବାର ସୁଯୋଗ ପାଇ ପାରିବେ।

ୟୁଜର୍ସମାନେ ରାଜନୀତି, ଖେଳ ମନୋରଂଜନ, ବ୍ୟବସାୟ, ଉଦ୍ୟୋଗ, ଜୀବନଶୈଳୀ, ଫ୍ୟାସନ, କ୍ୟାରିଅର, ସ୍ୱାସ୍ଥ୍ୟ, ଜ୍ୟୋତିଷ ଶାସ୍ତ୍ର, ଆର୍ଥିକ ଆଦି କ୍ଷେତ୍ରରୁ ନିଜ ପସନ୍ଦର କ୍ଷେତ୍ର ଚୟନ କରି ହୋମ ପେଜକୁ ସମ୍ପୂର୍ଣ୍ଣ ରୂପେ ନିଜକୁ ସୁହାଇବା ଭଳି କରିପାରିବେ।

Comment