ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକପ୍ରିୟ ମୋବାଇଲ୍‌ ଆପ୍‌ ଜିଓ ନ୍ୟୁଜ୍‌ର ଓଡ଼ିଆ ବିଭାଗରେ ଗତ କିଛି ମାସ ହେଲା ସ୍ଥାନ ପାଇଛି ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍‌ ପୋର୍ଟାଲ୍‌ ‘ଓଡ଼ିଶାଲାଇଭ୍‌’। ତେଣୁ ଆପଣଙ୍କ ମୋବାଇଲ୍‌ରେ ଯଦି ଜିଓ ନ୍ୟୁଜ୍‌ ଆପ୍ ରହିଛି ତେବେ ଓଡ଼ିଶାଲାଇଭ୍‌ ପେଜ୍‌ ସହ ଯୋଡ଼ିହେବାକୁ ଭୁଲନ୍ତୁ ନାହିଁ।

ପ୍ରତିଦିନର ବଡ଼ ଖବର, କରୋନା ଅପ୍‌ଡେଟ୍‌, କ୍ରୀଡ଼ା ତଥା ମନୋରଂଜନ ଦୁନିଆ ସହ ସ୍ଵାସ୍ଥ୍ୟ ଏବଂ ଜୀବନଶୈଳୀ ବିଷୟରେ ଆପଣଙ୍କ ପାଖରେ ନିୟମିତ ଖବର ଓ ଭିଡିଓ ପହଞ୍ଚାଉଛି ଓଡ଼ିଶାଲାଇଭ୍‌। ପୁଣି ତା’ ସାଙ୍ଗକୁ ରହିଛି କ୍ୟାରିୟର ଓ ନିଯୁକ୍ତି ସୂଚନା ଭଳି ଯୁବଗୋଷ୍ଠୀ ପାଇଁ ଆବଶ୍ୟକ ବିଭାଗ। ଓଡ଼ିଶାଲାଇଭ୍‌, ଜିଓ ନ୍ୟୁଜ୍‌ର ଏକ ପାର୍ଟନର ପବ୍ଲିସର ହୋଇଥିବାରୁ ଏହି ପୋର୍ଟାଲର ସମସ୍ତ ପୋଷ୍ଟ ଜିଓ ନ୍ୟୁଜ୍‌ରେ ତତ୍କାଳ ପ୍ରକାଶ ପାଇଥାଏ।

ନ୍ୟୁଜ୍‌ ପୋର୍ଟାଲ୍‌ ଛଡ଼ା ଓଡ଼ିଶାଲାଇଭ୍‌ ଏହାର ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌ ଏବଂ ହେଲୋ ଆଦି ସୋସିଆଲ୍‌ ମିଡିଆ ପେଜ୍‌ ମଧ୍ୟମରେ ପାଠକ ଓ ଦର୍ଶକମାନଙ୍କ ପାଖରେ ପହଞ୍ଚୁଛି। ଓଡ଼ିଶା ତଥା ଦେଶ ବିଦେଶର ବଡ଼ ଖବର ଓ ଖବରର ବିଶ୍ଲେଷଣ ସାଙ୍ଗକୁ ବିଭିନ୍ନ ବିଷୟ ଉପରେ ପ୍ରକାଶନ ବେଳେ ଗୁରୁତ୍ଵ ଦେଉଥିବାରୁ ଓଡ଼ିଶାଲାଇଭ୍‌ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ଥାନ ଯୋଗାଡ଼ କରିପାରିଛି।

ଆମ ଦେଶରେ ଆଜି ଲୋକେ ବ୍ୟବହାର କରୁଥିବା ବିଭିନ୍ନ ନ୍ୟୁଜ୍‌ ଆପ୍‌ ଭିତରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି ଜିଓ ନ୍ୟୁଜ୍‌। ଏଥିରେ ବିଭିନ୍ନ ଭାଷାରେ ନ୍ୟୁଜ୍‌ ଓ ଭିଡିଓ ସାଙ୍ଗକୁ ଫଟୋ ଗ୍ୟାଲେରି, ଇ-ପେପର ଓ ପତ୍ରପତ୍ରିକା ରହିଛି। ସେହିପରି ଏଥିରେ ଥିବା ଲାଇଭ୍‌ ଟିଭି ପେଜ୍‌ରେ ଦେଶର ବିଭିନ୍ନ ଭାଷାର କେତେକ ଟିଭି ଚ୍ୟାନେଲ୍‌ର ଷ୍ଟ୍ରିମିଂ ହେଉଛି।

ଖବର ପ୍ରସାରଣ ବେଳେ ନିଜର ଗୁଣାତ୍ମକ ମାନ ତଥା ବିଭିନ୍ନ ବିଷୟରେ ବିସ୍ତୃତ ଲେଖା ପାଇଁ ଓଡ଼ିଆ ପୋର୍ଟାଲ୍‌ ଜଗତରେ ଓଡ଼ିଶାଲାଇଭ୍‌ ଅନ୍ୟତମ ଅଗ୍ରଣୀ ପ୍ରକାଶନ ଭାବେ ପରିଚିତ। ଏବେ ଜିଓ ନ୍ୟୁଜ୍‌ ଆପ୍‌ ମାଧ୍ୟମରେ ଏହା ଅଧିକ ପାଠକ ଓ ଦର୍ଶକଙ୍କ ପାଖରେ ପହଞ୍ଚି ପାରୁଛି। ତେଣୁ ଯଦି ଜିଓ ନ୍ୟୁଜ୍‌ର ଗ୍ରାହକମାନେ ନିଜ ନିଜ ମୋବାଇଲ୍‌ରେ ଓଡ଼ିଶାଲାଇଭ୍‌କୁ ଫଲୋ କରିବାକୁ ଏହାର ପ୍ରତିଷ୍ଠାତା ସଂପାଦକ ନୀଳାମ୍ବର ରଥ ଅନୁରୋଧ କରିଛନ୍ତି।

Comment