ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭିତରେ ରୋମାଞ୍ଚକର ଟକ୍କର ହେବ ବୋଲି ଜଣାପଡ଼ିଛି। କେବଳ କେନ୍ଦ୍ର ମନ୍ତ୍ରୀ ନୁହନ୍ତି ବିଭିନ୍ନ ଦଳର ତୁଙ୍ଗ ନେତାମାନେ ବି ସେମାନଙ୍କ ଭାଗ୍ୟ ପରୀକ୍ଷା ହେବ।
ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ(ନାଗପୁର) ଓ ହଂସରାଜ ଅହିରଙ୍କ (ଚନ୍ଦ୍ରପୁର) ରାଜନୈତିକ ଭବିଷ୍ୟତ ଆଜି ସ୍ଥିର ହେବ। ସେହିଭଳି ଅରୁଣାଚଳ ପ୍ରଦେଶରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ। ଉତ୍ତର ପ୍ରଦେଶର ତିନି ଜଣ ମନ୍ତ୍ରୀଙ୍କ ଲୋକପ୍ରିୟତା ବି ଆଜି ଜାଣିହେବ। ଏମାନେ ହେଲେ ଜେନେରାଲ ଭି କେ ସିଂହ(ଗାଜିଆ ଲବାଦ) ସତ୍ୟପାଲ ସିଂହ (ବାଗପତ) ଓ ମହେଶ ଶର୍ମା(ଗୌତମ ବୁଦ୍ଧ ନଗର)।
ବିଭିନ୍ନ ଦଳର ଯେଉଁ ହସ୍ତୀମାନେ ଆଜିର ପର୍ଯ୍ୟାୟର ଭୋଟ ଦୌଡ଼ରେ ଅଛନ୍ତି ସେମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ହେଉଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରେଣୁକା ଚୌଧୁରୀ ଏବଂ ଆସଦଉଦ୍ଦିନ ଓବେସି ପ୍ରମୁଖ।

















