ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ନିର୍ବାଚନ ପ୍ରଚାର ଜୋର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁଣି ଥରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୧୬ରେ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଭୁବନେଶ୍ୱର ଓ ସମ୍ବଲପୁରରେ ଆୟୋଜିତ ସଭାରେ ଯୋଗ ଦେବେ।

ସେହିପରି ଆସନ୍ତା କାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି କେନ୍ଦୁଝରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ।

ଏହାପରେ ଶାହ ପୁଣିଥରେ ଏପ୍ରିଲ ୧୭ରେ ଆସିବେ। ସେ  ବଡ଼ମ୍ବା ଓ ଢ଼େଙ୍କାନାଳରେ ଆୟୋଜିତ ସଭାରେ ଯୋଗ ଦେବେ। ମୋଦି ଓ ଶାହଙ୍କର ମାରାଥନ ଓଡ଼ିଶାଗସ୍ତ ନିର୍ବାଚନ ଉପରେ ନିଶ୍ଚୟ ପ୍ରଭାବ ପକାଇବ ବୋଲି ବିଭିନ୍ନ ମଡଳରେ ଚର୍ଚ୍ଚା ହେଉଛି।

Comment