ଓଡ଼ିଶାଲାଇଭ ପଲିଟିକାଲ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ୨୦ରାଜ୍ୟରେ ୯୧ ଆସନ ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ  ଦେଶର ପ୍ରତି ଭୋଟରଙ୍କୁ ଅପିଲ କରିଛନ୍ତି କି ପ୍ରଥମେ ମତଦାନ ପରେ ଜଳପାନ। ଏହାସହିତ ମୋଦି ଯୁବ ଓ ପ୍ରଥମଥର ଭୋଟ ଦେଉଥିବା ଭୋଟରଙ୍କ ପାଇଁ ବିଶେଷ ଆଗ୍ରହ ଦେଖାଇଛନ୍ତି।

ଏହାସହିତ ମୋଦି କହିଛନ୍ତି, “ଲୋକସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି। ସବୁ ଭୋଟର ଗଣତନ୍ତ୍ରର ଏହି ମହାଯୁଦ୍ଧରେ ସାମିଲ ହୋଇ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦିଅନ୍ତୁ। ପ୍ରଥମେ ମତଦାନ ପରେ ଜଳପାନ।”

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବି ଲୋକଙ୍କୁ ବହୁ ସଂଖ୍ୟାରେ ଆସି ଭୋଟ ଦେବାଲାଗି ଅପିଲ କରିଛନ୍ତି। ସେ କହିଛନ୍ତି ଏକ ମଜଭୂତ ଓ ଭଲ ନେତୃତ୍ୱ ଲାଗି ସମସ୍ତେ ଭୋଟ ଦିଅନ୍ତୁ। ଏହାସିହତ ଶାହ ବି ମୋଦିଙ୍କ ପରି ପ୍ରଥମେ ମତଦାନ ଓ ପରେ ଜଳପାନ କଥା କହିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଆଜି ୨୦ରାଜ୍ୟରେ ୯୧ ଆସନ ଲାଗି ୧୨୭୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନାର୍ଦ୍ଦନ। ଏହି ୯୧ଆସନ ମଧ୍ୟରୁ ଅନେକ ହେଭିୱେଟଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍‌ ହେବ। ଯାହାର ରେଜଲ୍ଟ ମେ ୨୩ରେ ଜଣାପଡ଼ିବ।

Comment