ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଳୁଛି ଓଡ଼ିଶା। ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ଅସହ୍ୟ ଖରା ଓ ପ୍ରଚଣ୍ଡ ତାତି। ଶୁକ୍ରବାର ରାଜ୍ୟରେ ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ସବୁଠାରୁ ଉତପ୍ତ ସହର ଭାବେ ବଲାଙ୍ଗିରରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନୁଗୁଳ ଓ ତାଳଚେରରେ ପାରଦ ୪୨.୧ ଡିଗ୍ରୀ ଛୁଇଁ ଥିବାବେଳେ ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ମାଲକାନଗିରି ୪୧.୨ଡିଗ୍ରୀ, ଭବାନୀପାଟଣା ୪୧ ଡିଗ୍ରୀ, ଝାରସୁଗୁଡ଼ା ୪୦.୬ ଡିଗ୍ରୀ, ସମ୍ବଲପୁର ୪୦.୨ ଡିଗ୍ରୀ, ସୋନପୁର ୪୦ଡିଗ୍ରୀ ରେକର୍ଡ କରାଯାଇଛି।

ସାରା ରାଜ୍ୟରେ ପାରଦ ପାଖାପାଥି ୪୦ ଛୁଇଁଥିବା ବେଳେ ଟୁଇନ୍‌ ସିଟି ସେଥିରୁ ବାଦ୍‌ ପଡ଼ିନି। ଶୁକ୍ରବାର ଭୁବନେଶ୍ୱର ୩୯.୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକରେ ୩୮.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comment