ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍କିନସନ୍ ରୋଗରେ ପୀଡ଼ିତ ବ୍ୟକ୍ତି ପକ୍ଷରେ ଚଲାବୁଲା କରିବା ଏବଂ ସାଧାରଣ କାମ କରିବା କଷ୍ଟକର ହୋଇପଡ଼ିଥାଏ। ଏହାକୁ ପ୍ରୋଗ୍ରେସିଭ୍ ଡିସ୍ଅର୍ଡର ମଧ୍ୟ କୁହାଯାଏ। କାରଣ ଏହା ଧୀରେ ଧୀରେ ବଢ଼ିଥାଏ। ଏହି ରୋଗର ପ୍ରକୃତ କାରଣ ଏ ଯାଏଁ ଜଣାପଡ଼ିନାହିଁ। କିନ୍ତୁ କିଛି ବୈଜ୍ଞାନିକମାନେ ଏହାର ଲକ୍ଷଣ ବାହାର କରିପାରିଛନ୍ତି।

–        ପାର୍କିନସନ୍ ରୋଗ ଅଚାନକ ଆରମ୍ଭ ହୋଇଥାଏ। ପୀଡ଼ିତ ବ୍ୟକ୍ତି ଜଣକ ବସିଥିବାବେଳେ ଅଚାନକ ହାତ ଥରିବା ଭଳି ଅନୁଭବ କରିଥାନ୍ତି। ଧୀରେ ଧୀରେ ହାତ ଥରିବା ଅଧିକ ହୋଇଥାଏ।

–        ଚାଲୁଚାଲୁ ଅଚାନକ ଝଟକା ଲାଗିବା ଭଳି ଅନୁଭବ କରିବା ଏବଂ ନିଜ ଉପରୁ ନିୟନ୍ତ୍ରଣ ହରାଇବା ମଧ୍ୟ ପାର୍କିନସନ୍ ଲକ୍ଷଣ। ଅନେକ ଥର ସନ୍ତୁଳନ ରକ୍ଷା ନ କରିପାରିବାରୁ ପୀଡ଼ିତ ବ୍ୟକ୍ତି ତଳେ                ପଡ଼ିଯାଆନ୍ତି।

–        ସାଧାରଣ ଭାବେ କଥାବାର୍ତ୍ତା ହେବା ବେଳେ ପୀଡ଼ିତ ବ୍ୟକ୍ତିଙ୍କର କଣ୍ଠ ଅଚାନକ ଥରିବା, ପାଟି ଖନେଇ ଯିବା ଆଦି ଏହାର ଲକ୍ଷଣ।

–        ଏହାର ଅନ୍ୟାନ୍ୟ ଲକ୍ଷଣ ହେଲା ପୀଡ଼ିତ ବ୍ୟକ୍ତିର ମୁହଁରୁ ଅଧିକ ମାତ୍ରାରେ ଲାଳ ବୋହେ। ତାଙ୍କୁ ଖାଦ୍ୟ ଖାଇବା ଓ ଗିଳିବାରେ କଷ୍ଟ ହୋଇଥାଏ।

–        ପୀଡ଼ିତ ରୋଗୀଙ୍କର ପରିସ୍ରା ମଧ୍ୟ କମ୍ ହୁଏ।

–        ପାର୍କିନସନ୍ ପୀଡ଼ିତ ପ୍ରଭାବିତ ଲୋକଙ୍କର ଚେହେରା ଅଚାନକ ଭାବଶୂନ୍ୟ ହୋଇଯାଏ। ଲାଗେ ସେ ଯେଭଳି ସବୁବେଳେ ଲୋକଙ୍କୁ ବିସ୍ମିତ ହୋଇ ଦେଖୁଛନ୍ତି।

–        ପୀଡ଼ିତ ଲୋକଙ୍କର ବହୁ ମାତ୍ରାରେ ଝାଳ ବୋହେ।

Comment