ଓଡ଼ିଶାଲାଇଭ୍ ବ୍ୟୁରୋ

ଗରମର ପ୍ରକୋପ ବଢ଼ିବା ସହ ଶରୀରରେ ଅନେକ ପରିବର୍ତ୍ତନ ମଧ୍ୟ ଦେଖାଦିଏ। ବାରମ୍ବାର ଶୋଷ ଲାଗିବା ସହ ଥକ୍କା, ଅଳସୁଆ ଲାଗେ। କୌଣସି କାମ କରିବାକୁ ମନ ନ ଲାଗିବା ସହ ଦିନତମାମ ମାନ୍ଦାମାନ୍ଦା ଅନୁଭୂତ ହୁଏ। ମଧ୍ୟାହ୍ନ ଭୋଜନ ପରେ ପରେ ନିଦ ବି ଲାଗିଥାଏ। କିନ୍ତୁ କିଛି ଖାଦ୍ୟ ନିଜ ଦୈନନ୍ଦିନ ଜୀବନରେ ସାମିଲ କଲେ ଆଳସ୍ୟ ଦୂର ହୋଇଥାଏ।

ଆଜିକାଲି ବଜାରରେ ଦଲିୟା ବେଶ୍ ସହଜରେ ମିଳୁଛି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦଲିୟା ଖାଇପାରିବେ। ଦଲିୟାରେ ଥିବା କାର୍ବୋହାଇଡ୍ରେଟ୍ ଶରୀରକୁ ଶକ୍ତି ଯୋଗାଇବା ସହ ଆଳସ୍ୟ ଦୂର କରେ।

ଗ୍ରୀଷ୍ମରେ ଦ୍ୱିପହର ଭୋଜନରେ ପ୍ରତିଦିନ ଦହି ସାମିଲ କରନ୍ତୁ। ଏଥିରେ ଥିବା ପ୍ରୋଟିନ୍ ଓ କାର୍ବୋହାଇଡ୍ରେଟ୍ ପାଚନ ଶକ୍ତିକୁ ବୃଦ୍ଧି କରିବା ସହ ହୃଦଯନ୍ତ୍ରକୁ ଶକ୍ତି ଯୋଗାଏ।

ଆଳସ୍ୟ ଦୂର କରିବା ପାଇଁ ଚକୋଲେଟକୁ ଖାଆନ୍ତୁ। ଏହା ଥକ୍କାପଣ ବା ଆଳସ୍ୟକୁ ଦୂର କରିଥାଏ।

ଦିନକୁ ଥରେ ଗ୍ରୀନ୍ ଟି ପିଅନ୍ତୁ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଏହାସହ ଓଜନ କମ୍ କରିଥାଏ।

ପ୍ରତିଦିନ ସକାଳୁ ଗୋଟେ ସେଓ ଖାଆନ୍ତୁ। ସେଓରେ ଥିବା ପ୍ରାକୃତିକ ଚିନି ଶରୀରକୁ ଶକ୍ତି ଯୋଗାଇଥାଏ।

Comment