ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ ରହୁଥିବା ଭାରତୀୟ ପାନ ଖାଇ ରାସ୍ତାରେ ଛେପ ପକାଇପାରିବେନିା ପୋଲିସ ଏନେଇ ଚେତାବନୀ ଦେଇଛନ୍ତିା

ଭାରତୀୟଙ୍କୁ ପାନ ଖାଇବା ବହୁତ ପସନ୍ଦା ପାନ ଖାଇବା ପରେ ଛେପ ପକାଇବା ବି ଅତି ସାଧାରଣ କଥା। ଯଦି ଆପଣ ଭାରତରେ ରହି ପାନ ଖାଇ ରାସ୍ତାରେ ଛେପ ପକାଉଛନ୍ତି ତେବେ ଏହା କିଛି ଫରକ ପକାଇନଥାଏା କିନ୍ତୁ ବିଦେଶରେ ପାନ ଖାଇ ରାସ୍ତାରେ ଛେପ ପକାଇଲେ ଏହା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରୋ

ନିକଟରେ ବ୍ରିଟେନର ଲିସେଷ୍ଟରରେ ରହୁଥିବା ଭାରତୀୟଙ୍କୁ ପୋଲିସ ଚେତାବନୀ ଦେଇଛନ୍ତିା ଏହି ଚେତାବନୀ ଅନୁସାରେ ଯଦି କୌଣସି ଭାରତୀୟ ପାନ ଖାଇ ରାସ୍ତାରେ ଛେପ ପକାନ୍ତି ତେବେ ୧୩ ହଜାର ୫୮୧ଟଙ୍କା ଜୋରିମାନା ଦେବାକୁ ପଡ଼ିବା

ପୋଲିସ୍ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଏନେଇ ସାଇନ ବୋର୍ଡ ମଧ୍ୟ ଲଗାଯାଇଛିା ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିା ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ବ୍ରିଟେନରେ ରହୁଥିବା ଭାରତୀୟଙ୍କ ପାଇଁ ଏଭଳି ନିଷ୍ପତ୍ତି ଘୋଷଣା କରାଯାଇଥିଲା

Comment