ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁନିଆରେ ଅଜବ ପ୍ରକାର ରୋଗ ବିଷୟରେ ଲୋକେ ଶୁଣିଥିବେ, ଯାହାର ଚିକିତ୍ସା ବହୁ କଷ୍ଟକର ହୋଇଥାଏ। ଏଭଳି ଏକ ବିରଳ ରୋଗର ଶିକାର ହୋଇଛନ୍ତି ଜଣେ ନାବାଳିକା।

କୌଣସି ଲୋକର ଆଖିରୁ କେବେ ଲୁହାଗୁଣ୍ଡ କିମ୍ବା କାଠଗୁଣ୍ଡ ବାହାରିଥିବାର ଲୋକେ ଦେଖିନଥିବେ କି ଶୁଣିନଥିବେ। କିନ୍ତୁ ଏଭଳି ଏକ ଘଟଣା ଘଟିଛି ୟୁପିରେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ ଘଟଣା। ଜଣେ ୧୩ ବର୍ଷର ଝିଅକୁ ଏମିତି ଏକ ରୋଗ ହୋଇଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ବେଗସୁରିଆ ଅଧିନସ୍ଥ ସଲୌନା ପଞ୍ଚାୟତର ଖଣ୍ଡଗଚକ ଗାଁର ବିଜୟ ମହତେଙ୍କ ୧୩ ବର୍ଷର ଝିଅ ମୀରାର ଆଖିରେ ଦେଖା ଦେଇଛି ଏକ ଅଜବ ରୋଗ। ଯାହାର ଆଖିରୁ ତମ୍ବା ଗୁଣ୍ଡ ସହ କାଠ ଗୁଣ୍ଡ ଅନବରତ ବାହାରିବାରେ ଲାଗିଛି। ପରିବାର ଲୋକ ଝିଅର ଚିକିତ୍ସା ଲାଗି ଅନେକ ଚେଷ୍ଟା କରୁଛନ୍ତି।

ଏହି ବିଷୟରେ ଗାଁ ଲୋକ ଜାଣିବା ପରେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି। ପରିବାର ଲୋକେ ଏହି ବିରଳ ରୋଗକୁ ନେଇ ଚିନ୍ତିତ ଥିବା ବେଳେ କେହି କେହି ଏହାକୁ ଦୈବୀଶକ୍ତିର ପ୍ରଭାବ ବୋଲି କହି ପୁଜାର୍ଚ୍ଚନା କରିବାକୁ ପରାମର୍ଶ ଦେଇଛନ୍ତି। ମୀରାଙ୍କ ବାପା ବହୁ ଝଡାଫୁଙ୍କା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି। ତେବେ ଏହାର କାରଣ କଣ ବୋଲି କେହି ସଠିକ ଅନୁମାନ କରିପାରୁନାହାନ୍ତି।

Comment