ଓଡ଼ିଶାଲାଇଭ ବ୍ୟୁରୋ

ଆପଣ ଲକ୍ଷ୍ୟ କରିଥିବେ ଅନେକ ସମୟରେ ଆମେ ଡାକ୍ତରଙ୍କ ପାଖକୁ ଗଲେ ପ୍ରଥମେ ପରିସ୍ରା ପରୀକ୍ଷା କରିବାକୁ ଡାକ୍ତରମାନେ କହିଥାନ୍ତି। କାରଣ ପରିସ୍ରାରୁ ଅନେକ ରୋଗର ସୂଚନା ମିଳିଥାଏ। ପରିସ୍ରାର ରଙ୍ଗରେ ପରିବର୍ତ୍ତନ ହେଲେ ଶରୀରରେ କିଛି ସମସ୍ୟା ହୋଇଥିବା କଥା ଚିନ୍ତା କରାଯାଏ।

ହଳଦିଆ: ସାଧାରଣତଃ ପେଟ ଗରମ ହେଲେ ବା କୌଣସି ହାଇଡୋଜ୍‌ର ଔଷଧ ଖାଇଥିଲେ ହଳଦିଆ ପରିସ୍ରା ହୋଇଥାଏ। ତେବେ କିଛି ଦିନ ଧରି ଏହା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ଜଣ୍ଡିସ୍‌ର ସୂଚନା ହୋଇପାରେ। ସେହିପରି ଗାଢ଼ ହଳଦିଆ ରଙ୍ଗର ପରିସ୍ରା ହେଉଥିଲେ ଶରୀରରେ ଜଳୀୟ ଅଂଶ କମିଯାଇଥିବା କଥା ଜଣାପଡ଼େ।

ଚକୋଲେଟ୍: ପରିସ୍ରାର ରଙ୍ଗ ଚକୋଲେଟ୍ ପରି ହୋଇଥିଲେ ପେଟରେ ଷ୍ଟୋନ୍ ହୋଇଥିବାର ଅନୁମାନ କରାଯାଇଥାଏ। ଏପରିସ୍ଥଳେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ନୀଳ: ଶୁଖିଲା ଖାଦ୍ୟ ଖାଇବା ଓ ଶରୀରରେ ପାଣିର ଅଭାବ ଯୋଗୁଁ ପରିସ୍ରାର ରଙ୍ଗ ନୀଳ ହୋଇଯାଏ। ମୂତ୍ରାଶୟରେ ଷ୍ଟୋନ୍ ହୋଇଥିଲେ ମଧ୍ୟ ଏଭଳି ରଙ୍ଗର ପରିସ୍ରା ହୋଇଥାଏ।

ନାରଙ୍ଗୀ: କୌଣସି ପ୍ରକାର ଔଷଧ ବ୍ୟବହାର କିମ୍ବା ଔଷଧର ପାଶ୍ୱର୍ପ୍ରତିକ୍ରିୟାରୁ ପରିସ୍ରାର ରଙ୍ଗ ଏପରି ବଦଳିଯାଇଥାଏ।

ଦୁଧିଆ ରଙ୍ଗର ପରିସ୍ରା ହେଉଥିଲେ ମୂତ୍ରାଶୟରେ ଷ୍ଟୋନ କିମ୍ବା ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଏ।

ବାଇଗଣୀ: କିଡନୀରେ କିଛି ସମସ୍ୟା ଥିଲେ ଗାଢ଼ ବାଇଗଣୀ ରଙ୍ଗର ପରିସ୍ରା ହୋଇଥାଏ। ଏପରିସ୍ଥଳେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ମନେ ରଖନ୍ତୁ ପରିସ୍ରାର ରଙ୍ଗରେ ପରିବର୍ତ୍ତନ ଅନେକ ସମୟରେ ଆହୁରି ଗୁରୁତର ରୋଗର ସୂଚନା ମଧ୍ୟ ଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଏ ସଂପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବିଶେଷ କରି ପରିସ୍ରା ସଂକ୍ରମଣର ଶିକାର ହେଉଥିବା ପୁରୁଷ ବା ମହିଳାମାନେ ଏଥିପ୍ରତି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।

Comment