ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଇନାରେ ଦୀର୍ଘ ୧୫ଶହ ବର୍ଷ ହେବ ଏକ ମନ୍ଦିର ପାହାଡ଼ରେ ଝୁଲୁଥିବା କୁହାଯାଏ। ଚାଇନାର ଏହା ଏକମାତ୍ର ମନ୍ଦିର ଯାହା ଦୀର୍ଘ ବର୍ଷ ହେଲା ପାହାଡ଼ରେ ଝୁଲୁଥିବା ଲୋକେ କୁହନ୍ତି। ତେବେ ଏହି ମନ୍ଦିର, ବୁଦ୍ଧ, ତାଓ ଓ କନଫୁସିୟସ୍ ଏହି ୩ଟି ଶୈଳୀରେ ନିର୍ମାଣ କରାଯାଇଛି। ପାହାଡ଼ ଧାରରେ ନିର୍ମାଣ କରାଯାଇଥିବା ଏହି ମନ୍ଦିରକୁ ଦେଖିଲେ ଲାଗିବ ସତେ ଯେମିତି ମନ୍ଦିରଟି ପବନରେ ଝୁଲୁଛି।

ପାହାଡ଼ ମଧ୍ୟରୁ ବାହାରିଥିବା ଏକ ବଡ ପଥର ମନ୍ଦିରକୁ ବର୍ଷାରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିଥାଏ। ମନ୍ଦରଟି ପାହାଡ଼ ଉପରେ ନିର୍ମିତ ହୋଇଥିବା କାରଣରୁ ପ୍ରସିଦ୍ଧ ନୁହେଁ ବରଂ ଧାର୍ମିକ କାରଣ ପାଇଁ ବି ପ୍ରସିଦ୍ଧ ଅଟେ। ଭୂମିଠାରୁ ଏହା ପାଖାପାଖି ୭୫ ଫୁଟ ଉଚ୍ଚରେ ରହିଛି। ଫଳରେ ଏହି ଅଞ୍ଚଳକୁ ବନ୍ୟା ଆସିଲେ ମଧ୍ୟ ମନ୍ଦିରର କୌଣସି କ୍ଷତି କରିପାରେ ନାହିଁ।

ମନ୍ଦିରରେ ପାଖାପାଖି ୪୦ଟି ହୋଲ ରହିଛି ଯାହା ଗୋଟିଏ ଅନ୍ୟକୁ ସଂଯୋଗ କରୁଛି। କାଠରେ ତିଆରି କରାଯାଇଥିବା ଏହି ମନ୍ଦିରରେ ସୂର୍ଯ୍ୟ ଉଦୟଠାରୁ ଅସ୍ତ ପର୍ଯ୍ୟନ୍ତ ମାତ୍ର ୩ଘଣ୍ଟା ପାଇଁ ସୂର୍ଯ୍ୟ କିରଣ ପଡ଼ିଥାଏ। ଚୀନରେ ଅବସ୍ଥିତ ଏହି ମନ୍ଦିରଟି ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। ଏସିଆ ମହାଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ମନ୍ଦିରରୁ ଉପରକୁ ପହଞ୍ଚିବାକୁ ହେଲେ କାଠ ଏବଂ ଲୁହାର ଶିଡ଼ି ନିର୍ମିତ ହୋଇଛି।

Comment