ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ। ସୋମବାର ରାଜ୍ୟର ୧୨ଟି ସହରରେ ତାପମତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଓଡ଼ିଶାର ତାଳଚେରରେ ସର୍ବାଧିକ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆଜି ରାଜଧାନୀ ଭୁବନେଶ୍ୱରରେ ୩୯.୬ ଡିଗ୍ରୀରେ ପାରଦ ଥିବା ବେଳେ କଟକରେ ପାରଦ ୩୯ଡିଗ୍ରୀ ସେଲସିୟସ୍‌ ଛୁଇଁଛି। ସେହିପରି ଟିଟିଲାଗଡ଼ ୪୩ ଡିଗ୍ରୀ, ଝାରସୁଗୁଡ଼ା ୪୨.୧, ସମ୍ବଲପୁର ୪୧.୧, ମାଲକାନଗିରି ୪୦.୮, ଚାନ୍ଦବାଲି ୩୯.୬ ଏବଂ କେନ୍ଦୁଝରରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comment