ଓଡ଼ିଶାଲଇଭ ପଲିଟିକାଲ୍ ବ୍ୟୁରୋ

ଉତ୍ତରପ୍ରଦେଶ ରାମପୁରର ବିଜେପି ପ୍ରାର୍ଥୀ ଜୟପ୍ରଦା ଆଜମ ଖାନଙ୍କ ପ୍ରତିକ୍ରିୟାକୁ ନେଇ ସମାଜବାଦି ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ଜୟପ୍ରଦା ଅଖିଳେଶଙ୍କୁ କହିଛନ୍ତି, “ତୁମକୁ ମୁଁ ମୋ ସାନଭାଇ ବୋଲି କହିଥିଲି, ମାତ୍ର ତୁମେ କଣ କଲ? ତୁମେ ଲୋକଙ୍କ ସାମ୍ନାରେ ମୋତେ ନାଚବାଲି କହୁଛ। କଣ ମୁଁ ତୁମକୁ ନାଚବାଲି ପରି ଲାଗୁଛି। ଅଖିଳେଶ ତୁମଭିତରେ ସଂସ୍କାର ବୋଲି କିଛ ନାହିଁ।”

ଏହାସହିତ ସେ ଆଜମ ଖାନଙ୍କୁ ଟାର୍ଗେଟ କରି ଅଖିଲେଶଙ୍କୁ କହିଛନ୍ତି କି ଯେଉଁ ନେତାଙ୍କ ସହ ତୁମେ ରହୁଛ ସେହିପରି ତୁମ ଚିନ୍ତାଧାର ହୋଇଯାଇଛି। ଯାହା ତୁମକୁ ଶୋଭା ଦେଉନି।

ରାମପୁରର ସପା ପ୍ରାର୍ଥି ଆଜମ ଖାନ୍ ଜୟପ୍ରଦାଙ୍କୁ ଟାର୍ଗେଟ କରି ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ। କେବଳ ଏତିକି ନୁହଁ ଆଜମ ଏହାର ସଫେଇ ରଖିବାକୁ ଯାଇ କହିଛନ୍ତି କି, “ମୁଁ 9ଥର ରାମପୁରରେ ବିଧାୟକ ସହ ମନ୍ତ୍ରୀ ବି ରହିସାରିଛି। ମୋତେ ଜଣାଅଛି କଣ କହିବା ଦରକାର। ଯଦି କେହି ମୋତେ ଭୂଲ ପ୍ରମାଣିତ କରିଦେବ ତେବେ ମୁଁ ନିର୍ବାଚନରୁ ଦୂରେଇ ଯିବି।” ସେପଟେ ଜୟପ୍ରଦା କହିଛନ୍ତି ଆଜମ ଖାନ୍ ମୋପ୍ରତି ଖରାପ ଶଦ୍ଦ ପ୍ରୟୋଗ ସହିତ ଗାଳି କରିଛନ୍ତି।

LEAVE A REPLY

Please enter your comment!
Please enter your name here