ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପାର୍ଥୀ କରିଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରିଛି।

ଆସନ୍ତା ନଭେମ୍ବର ୧୪ ତାରିଖରେ ପ୍ରଦୀପ ନାମାଙ୍କନପତ୍ର ଦାଖଲ କରିବେ। ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି। ନାମାଙ୍କନ ସମୟରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।

ପ୍ରଦୀପ ପୁରୋହିତ ୨୦୧୪ ରୁ ୨୦୧୯ ଯାଏଁ ପଦ୍ମପୁର ବିଧାୟକ ଥିଲେ। ବିଜେଡ଼ି ନେତା ବିଜୟରଞ୍ଜନ ସିଂହ ବାରିହାଙ୍କୁ ହରାଇ ସେ ବିଧାୟକ ହୋଇଥିଲେ । ମାତ୍ର ସେ ପଦ୍ମପୁରରୁ ୨୦୧୯ ମସିହା ନିର୍ବାଚନ ହରିଯାଇଥିଲେ। ପରେ ବିଜେପି ତାଙ୍କୁ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି କରିଥିଲା।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ଘୋଷଣା ହୋଇଛି।

ବିଜେପି ନିଜ ପ୍ରାର୍ଥୀ ନାମ ଘୋଷଣା କରିଥିବାବେଳେ ବିଜେଡି ଓ କଂଗ୍ରେସ ଏଯାବତ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ।

Tags: #PadmapurByElection #Odisha #BJP #PradeepPurohit #OdishaLive

Comment