ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ୫ ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ଓ ତା’ ଅଧୀନରେ ଥବା ୩୫ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ବୁଥ୍‌କୁ ଇଭିଏମ୍‌ ମେସିନ ସହ ପୁଲିଂ କର୍ମଚାରୀ ବୁଥରେ ପହଞ୍ଚୁଛନ୍ତିା

ଏଥିସହ ମାଓ ପ୍ରବଣ ଅଞ୍ଚଳଗୁଡ଼ିକରେ ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ପେଟ୍ରୋଲିଂ ବ୍ୟବସ୍ତା କଡ଼ାକଡ଼ି କରାଯାଇଛି। ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛିା

ଦ୍ୱିତୀୟ ପର୍ଯ୍ୟାୟ ଲାଗି ୬୦ ହଜାରରୁ ଅଧିକ ପୁଲିଂ କର୍ମଚାରୀ ନିୟୋଜିତ ରହିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତିା

ଏହି ଅଞ୍ଚଳଗୁଡ଼ିକରେ ମତଦାନ ସମୟରେ କୌଣସି ହିଂସା, ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ସଜାଗ ରହିଛି।

LEAVE A REPLY

Please enter your comment!
Please enter your name here